Latest Odisha News

BREAKING NEWS

ଭାରତର ଲଢୁଆ ୩୨୧/୬ ରନ, ଶତକ ସହ ବିରାଟଙ୍କ ଦ୍ରୁତତମ ୧୦ ହଜାର ରନ ପୂରଣ

ବିଶାଖାପାଟଣା : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାରି ରହିଥିବା ଦିନିକିଆ ମ୍ୟାଚ ଖେଳି ଏକ ରେକର୍ଡ ହାତେଇବା ସହ ନିଜ ତଥା ଦେଶ ପାଇଁ ଗୌରବ ଆଣି ଦେଇପାରିଛନ୍ତି ।

ନିଜ କ୍ୟାରିୟରରେ ଖେଳିଥିବା ଦିନିକିଆ ମ୍ୟାଚରେ ସେ ୧୦ ହଜାର ରନ୍ କରି ନିଜ ନାମ ପରି ଏକ ବିରାଟ କୀର୍ତ୍ତି ସ୍ଥାପନ କରିପାରିଛନ୍ତି । ସେ ଦେଶର ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ପ୍ରାୟ ୨୧୩ ଟି ଦିନିକିଆ ମ୍ୟାଚ ଖେଳି ଏହି ୧୦ ହଜାର ରନ୍ କ୍ଲବରେ ନିଜକୁ ସାମିଲ କରିପାରିଛନ୍ତି ।

ଏହି କ୍ରମରେ ସେ କ୍ରିକେଟ ଜଗତର ଭଗବାନ ତଥା ମାଷ୍ଟା ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ସଚିନ ଏହି ୧୦ ହଜାର ରନ ପୂରା କରିବା ପାଇଁ ୨୫୯ଟି ଇନିଂସ ଖେଳି ଥିବାବେଳେ ବିରାଟ ମାତ୍ର ୨୫୦ଟି ଇନିଂସ ଖେଳି ଏହି କ୍ଲବରେ ସାମିଲ ହୋଇପାରିଛନ୍ତି ।

ଏହି ୨୯ ବର୍ଷିୟ ବ୍ୟାଟ୍ସମ୍ୟାନ ୫୪ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି କ୍ଲବରେ ସାମିଲ ହୋଇପାରିଛନ୍ତି । ଏହି କ୍ଲବରେ ସାମିଲ ଥିବା ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ ହେଲେ ରାହୁଲ ଦ୍ରାବିଡ(୨୮୭), ମହେନ୍ଦ୍ର ସିଂହ ଧୋନୀ (୨୭୩) ଏବଂ ସୌରଭ ଗାଙ୍ଗୁଲି (୨୬୩) ପ୍ରମୁଖ ।

ଇତିମଧ୍ୟରେ ଭାରତ ବିରାଟ କୋହଲିଙ୍କ ଲଢୁଆ ୧୫୭ ରନ୍ ବଳରେ ୱେଷ୍ଟଇଣ୍ଡିଜ ସମ୍ମୁଖରେ ୬ ୱିକେଟ ହରାଇ ୩୨୨ ରନର ବିଜୟ ଲକ୍ଷ୍ୟ ଛିଡା କରିଛି । ବିରାଟଙ୍କ ଶତକ ବ୍ୟତିତ ଅମ୍ବାତି ରାୟଡୁ ୭୩ ରନ୍ କରିଛନ୍ତି ।

Leave A Reply

Your email address will not be published.