Latest Odisha News

BREAKING NEWS

ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବ ‘ଦ ମଦର ଲ୍ୟାଣ୍ଡ’

ଭୁବନେଶ୍ୱର: କୋଲକାତାରେ ହେବାକୁ ଥିବା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ‘ଦ ମଦର ଲ୍ୟାଣ୍ଡ’ ଫିଲ୍ମ ଖୁବଶୀଘ୍ର ପ୍ରଦର୍ଶିତ ହେବାକୁ ଯାଉଛି ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଶିବୁ ପୃଷ୍ଟିଙ୍କ ନିର୍ଦ୍ଦେଶନାରେ ଦୀର୍ଘ ୬୧ ମିନିଟ ଅବଧିରେ ଏହି ସିନେମା ନିର୍ମିତ ହୋଇଛି ।

ସମଗ୍ର ବିଶ୍ୱରୁ ବିଭିନ୍ନ ଦେଶର ଫିଲ୍ମ ଆସନ୍ତା ୮ରୁ ୧୫ ତାରିଖ ମଧ୍ୟରେ ଏହି ପ୍ରତିଯୋଗୀତାରେ ଭାଗ ନେବେ । ଏପରିକି ୧୦ ତାରିଖ ସନ୍ଧ୍ୟା ୫ଟା ୧୫ମି. ସମୟରେ ‘ଦ ମଦର ଲ୍ୟାଣ୍ଡ’ ଫିଲ୍ମ ‘ନନ୍ଦନ’ରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏହାବ୍ୟତିତ ଫିଲ୍ମଟି ଇଟାଲୀ, ଜର୍ମାନୀ, ତୁର୍କୀ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବା ପାଇଁ ଆନୁଷ୍ଠାନିକ ଭାବେ ସ୍ୱିକୃତି ପାଇଛି ।

ଶ୍ରୀ ପୃଷ୍ଟିଙ୍କ ଏହି ଲଘୁ ଫିଲ୍ମ ଓଡିଶାର ବିଭିନ୍ନ ସ୍ଥାନରେ ପାଖାପାଖି ୯୦ ଘଣ୍ଟା ଧରି ସୁଟିଂ କରାଯାଇଥିଲା ।
ଉଡ୍ର ପ୍ରଡକ୍ସନ୍ ନିବେଦିତ ଏହି ଫିଲ୍ମଟିରେ ଇନ୍ଦିରା ଦାସଙ୍କ ପ୍ରଯୋଜନା ଭାର ତୁଲାଇଛନ୍ତି ।

Leave A Reply

Your email address will not be published.