Latest Odisha News

BREAKING NEWS

ରିଲିଜ ହେଲା ଚଳଚ୍ଚିତ୍ର ଲଭ୍ ଫିଭର, ହୀରାଲାଲ ମୋତିଲାଲ୍‌ର ଅଡିଓ

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘ଲଭ୍ ଫିଭର’ ଓ ‘ହୀରାଲାଲ ମୋତିଲାଲ’ର ଅଡିଓ ରିଲିଜ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶଶିକୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ସଂଳାପକାର ଡକ୍ଟର ରଜନୀ ରଂଜନ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଯୋଜକ ସଚିକାନ୍ତ ଜେନା ଓ ବିନି ପଟ୍ଟନାୟକଙ୍କ ମିଳିତ ପ୍ରଯୋଜନାରେ ଏହି ଦୁଇଟି ଚଳଚ୍ଚିତ୍ର ପ୍ରସ୍ତୁତ ହେଉଛି ।

‘ଲଭ ଫିଭର’ରେ ମୁଖ୍ୟ ଭୂମିକାରେ ଅଛନ୍ତି ରାଜଭିର ଶଙ୍କରଦେଓ, ବନ୍ଦନା, ଅକ୍ଷୟ ଦାଶ, ପିଣ୍ଟୁ ନନ୍ଦ ପ୍ରମୁଖ । ସେହିପରି ‘ହୀରାଲାଲ ମୋତିଲାଲ’ରେ ଅମର, ଅମ୍ରିତା, କୁଇନ, ଦୀଶା, ପ୍ରଜ୍ଞା ପ୍ରମୁଖ ଅଭିନୟ କରିଛନ୍ତି ।

Leave A Reply

Your email address will not be published.