Latest Odisha News

ଡାନିଏଲଙ୍କ ଚୁକ୍ତି ମିଆଦ ବୃଦ୍ଧି କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ସେଂଟର ଫରୱାର୍ଡ ଡାନିଏଲ ଲାଲଲିମ୍ପୁଆଙ୍କ ଚୁକ୍ତି ସମୟ ସୀମା ବୃଦ୍ଧି କରାଇଛି । ମିଜୋରମର ଏହି ଷ୍ଟାର ଖେଳାଳୀ ୨୦୨୨ ପର୍ଯ୍ୟନ୍ତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲର ଓଡିଶା ଟିମ୍ ସହିତ ରହିବେ । ଡାନିଏଲ ଚେନ୍ନାଇନ୍ ଏଫସି ଓ ବେଙ୍ଗାଲୁରୁ ଏଫସି ପକ୍ଷରୁ ଖେଳି ସାରିଛନ୍ତି । ୨୨ ବର୍ଷୀୟ ଡାନିଏଲ ନିକଟରେ ଶେଷ ହୋଇଥିବା ଆଇଏସଏଲର ୬ଷ୍ଠ ସଂସ୍କରଣରେ ୧୬ଟି ମ୍ୟାଚ ଖେଳିଥିଲେ ।ଓଡିଶା ଏଫସି ମାଲିକ ରୋହନ ଶର୍ମା ଏହି ଯୁବ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି । ଡାନିଏଲ ଆମ ଟିମ୍ ପାଇଁ ଜରୁରୀ ବୋଲି ସେ କହିଛନ୍ତି । ଓଡିଶା ଫ୍ୟାମିଲି ସହିତ ଜଡିତ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ଡାନିଏଲ କହିଛନ୍ତି । କୋଚ, ସପୋର୍ଟିଂ ଷ୍ଟାଫ୍ ଓ ସାଥୀ ଖେଳାଳିମାନେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.