Latest Odisha News

ପରଲୋକରେ ଓଡ଼ିଆ ସିନେ ପ୍ରଯୋଜକ ଆଳୟ ମହାନ୍ତି

ଭୁବନେଶ୍ୱର: ଓଲିଉଡ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତି ଆଉ ନାହାନ୍ତି । ଭୁବନେଶ୍ୱରରେ ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ଆଜି ମୃତ୍ୟୁ ଘଟିଛି ।

ଆଳୟ ଆଶା ଫିଲ୍ମ ନିର୍ମାଣ କରିଥିବା ସହ ବାଲିଘର, ମରିଚିକା ପରି ଅନେକ ଲୋକପ୍ରିୟ ଧାରାବାହିକ ମଧ୍ୟ କରିଥିଲେ । ସେ ଅନେକ ଜାତୀୟ ଏବଂ ଅନ୍ତର୍ଜତୀୟ ସମ୍ମାନର ଅଧିକାରୀ ଥିଲେ । ‘ଭୁଲ ବୁଝିବନି ମତେ’  ଫିଲ୍ମର ମଧ୍ୟ ପ୍ରଯୋଜକ ଥିଲେ ଆଳୟ ।

ଆଳୟ ମହାନ୍ତି ଖାଲି ଜଣେ ଫିଲ୍ମ ପଯୋଜକ ନ ଥିଲେ, ସେ ଜଣେ ସାମ୍ବାଦିକ ମଧ୍ୟ ଥିଲେ । ସେ ଖୁବ ଭଲ ମଣିଷ ବି ଥିଲେ । ତାଙ୍କର ଆଜି ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ଆସିଛନ୍ତି । ଆଜି ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

 

 

 

Leave A Reply

Your email address will not be published.