Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢୁଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବିରୋଧିମାନେ ଶୁକ୍ରବାର ଦିନ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ।

ବିଧାନସଭାର ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଗର୍ଭବତୀ ହେବା ତଥା ପୁରୀରେ ଏକ ବସ୍ ଭିତରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଏହି ଘଟଣାରେ ମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ଦାବି କରିଛନ୍ତି ।

ଅନୁସୂଚିତ ଜାତି ତଥା ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏହାର ଜବାବ ରଖିଛନ୍ତି । ଆବାସିକ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ ହେବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ୪ଟି ଗର୍ଭବତୀ ନମୁନା ପରୀକ୍ଷା କରାଯାଇଥିଲା । ମାତ୍ର ସେଥିମଧ୍ୟରୁ ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ସ୍ପଷ୍ଟ ସୂଚନା ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ)ର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । “ପୀଡିତା ଜଣକ ଗ୍ରୀଷ୍ମାବକାଶରେ ତା’ ଘରକୁ ଯାଇଥିବାବେଳେ ଗର୍ଭବତୀ ହୋଇଥିଲା । ସେଠାରେ ଜଣେ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଫଳରେ ସେ ଗର୍ଭବତୀ ହୋଇଥିବା ନେଇ ପୋଲିସ ରିପୋର୍ଟରୁ ପ୍ରକାଶ । ଉକ୍ତ ଘଟଣାରେ ସମ୍ପୃକ୍ତ ଯୁବକକୁ ପୋଲିସ ଗିରଫ କରିଥିଲେ ବୋଲି” ମନ୍ତ୍ରୀ ଉତ୍ତରରେ ପ୍ରକାଶ କରିଥିଲେ ।

ଶ୍ରୀଯୁକ୍ତ ସାରକା ଆହୁରି ମଧ୍ୟ କହିଛନ୍ତି ଯେ ଢେଙ୍କାନାଳ ଓ ମୟୁରଭଞ୍ଜ ଜିଲ୍ଲାର ୨ଜଣ ସ୍କୁଲ ଛାତ୍ରୀ ମଧ୍ୟ ଗର୍ଭବତୀ ହୋଇଥିବା ଜଣାପଡିଥିଲା । ଏହାପୂର୍ବରୁ ସେମାନେ ମଧ୍ୟ ଖରା ଛୁଟିରେ ଘରକୁ ଯାଇଥିଲେ ।

Leave A Reply

Your email address will not be published.