Latest Odisha News

BREAKING NEWS

ବୟସ ଜାଲିଆତି ଅଭିଯୋଗରେ ଓଡ଼ିଶାର ୨ କ୍ରିକେଟରଙ୍କୁ ବ୍ୟାନ କଲା ବିସିସିଆଇ

କଟକ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୟସ ଜାଲିଆତି କରିଥିବା ଅଭିଯୋଗରେ ଓଡ଼ିଶାର ଦୁଇ ଯୁବ କ୍ରିକେଟ ଖେଳାଳିଙ୍କୁ ବ୍ୟାନ କରିଛି ।

ବିସିସିଆଇ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ସହମତି ଜଣାଇ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସେକ୍ରେଟାରୀ ସଞ୍ଜୟ ବେହେରା କହିଛନ୍ତି ଯେ, ରାଜେଶ ମହାନ୍ତି ଏବଂ କ୍ରିଷ୍ଣା ପଲାଇ ନାମକ ଏହି ଦୁଇ କ୍ରିକେଟ ଖେଳାଳିଙ୍କୁ ୨ ବର୍ଷ ଯାଏଁ ବ୍ୟାନ କରାଗଲା ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଖେଳାଳି ଦ୍ୱୟ ଚାଳିତଥର ଦେଇଥିବା ନିଜର ବୟସ ପ୍ରମାଣ ପତ୍ର ଓ ପୂର୍ବଥର ଦେଇଥିବା ତଥ୍ୟ ମଧ୍ୟରେ ବିସିସିଆଇ ପ୍ରଭେଦ ପାରିଲିଖିତ କରିଥିଲେ ।

ସେହିପରି ୨୦୧୬ ମସିହା ଅକ୍ଟୋବର ମାସରେ ବୟସ ଜାଲିଆତି ଅଭିଯୋଗରେ ବିସିସିଆଇ ୭ ଜଣ ବରିଷ୍ଠ ମହିଳା କ୍ରିକେଟର ଓ ଓଡ଼ିଶାର ୧୨ ଜଣ ୧୯ ବର୍ଷରୁ କମ ଖେଳାଳିଙ୍କୁ ନିଲମ୍ବନ କରିଦେଇଥିଲା ।

Leave A Reply

Your email address will not be published.