Latest Odisha News

ପାକିସ୍ତାନକୁ ଗୁପ୍ତ ସୂଚନା ପ୍ରଦାନ କରୁଥିବା ଅଭିଯୋଗରେ ଗିରଫ ହେଲେ ଓଡ଼ିଆ ଯବାନ

ଜୟପୁର: ଜୟପୁର ସ୍ଥିତ ଏକ କୋର୍ଟ ଭାରତୀୟ ସେନାର ଜଣେ ଯବାନ ବିଚିତ୍ର ବେହେରାଙ୍କୁ ରିମାଣ୍ଡରେ ନେବା ପାଇଁ ବୁଧବାର ଦିନ ରାଜସ୍ଥାନର ଇଣ୍ଟେଲିଜେନ୍ସ ପୋଲିସଙ୍କୁ ଅନୁମତି ପ୍ରଦାନ କରିଛି ।

ସୋସିଆଲ ମିଡ଼ିଆ ମାଧ୍ୟମରେ ବିଚିତ୍ର ପାକିସ୍ତାନି ଆଇଏସଆଇ ଏଜେଣ୍ଟକୁ ଗୁପ୍ତ ତଥ୍ୟ ପ୍ରଦାନ ଅଭିଯୋଗରେ ଜୟପୁର ପୋଲିସ ତାଙ୍କୁ ବୁଧବାର ଦିନ ଗିରଫ କରିଥିଲା । ଗିରଫ ଯବାନ ବିଚିତ୍ର ବେହେରାଙ୍କ ଘର ଓଡିଶାରେ ବୋଲି ଜଣାପଡିଛି ।

ଗଣମାଧ୍ୟମରର ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପୋଖରଣରେ କାର୍ଯ୍ୟରତ ବିଚିତ୍ରଙ୍କୁ ଜଣେ ମହିଳା ଆଇଏସଆଇ ଏଜେଣ୍ଟ ଦ୍ୱାରା ହନି ଟ୍ରାପ ମାଧ୍ୟମରେ ସିଆଇଡି ଇଣ୍ଟେଲିଜେନ୍ସ ଗିରଫ କରିଛନ୍ତି ।

ବିଚିତ୍ର ପାକିସ୍ତାନି ଏଜେଣ୍ଟ ସହ ଲଗାଦର ଫେସବୁକ ଓ ହ୍ଵାଟ୍ସଆପ ମାଧ୍ୟମରେ ସମ୍ପର୍କରେ ଥିଲା । ଏବଂ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନକୁ ପ୍ରଦାନ କରିବା ବଦଳରେ ତାଙ୍କୁ ଟଙ୍କା ମିଳୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.