Latest Odisha News

BREAKING NEWS

‘ଓଡ଼ିଆ : ଜର୍ଣି ଅଫ୍ ଏ ଲାଙ୍ଗୁଏଜ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ‘ଓଡ଼ିଆ: ଜର୍ଣି ଅଫ୍ ଏ ଲାଙ୍ଗୁଏଜ୍’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା (ସ୍ପେଶିଆଲ ଇନିସିଏଟିଭ୍ସ) ଆର୍ ବାଲକ୍ରିଷ୍ଣନଙ୍କ ପରିକଳ୍ପିକ ଏ ପୁସ୍ତକକୁ ରଚନା କରିଛନ୍ତି ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା ଓ ପ୍ରତୀକ ପଟ୍ଟନାୟକ।

ପ୍ରାୟ ୨୫୦ ପୃଷ୍ଠାର ଏ ବହିରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ୪୦ରୁ ଅଧିକ ପାଠାଗାର ଓ ସଂଗ୍ରହାଳୟରୁ ଆନୀତ ଚିତ୍ର, ତଥ୍ୟ ଓ ନଥି ସ୍ଥାନ ପାଇଥିବା ସହ ଓଡ଼ିଆ ଭାଷାର ଉତ୍ପତ୍ତି, ବିକାଶ, ଅଭିବୃଦ୍ଧି, ସମୟକ୍ରମେ ଓଡ଼ିଆ ଭାଷା ଯେଉଁ ସବୁ ବାଧାବିଘ୍ନକୁ ହଟାଇ ଆଜି ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇ ଡିଜିଟାଲ ଯୁଗର ଜୟଯାତ୍ରାରେ ସାମିଲ ହୋଇଛି ଏହିସବୁ ତଥ୍ୟ ଏହି ପୁସ୍ତକରେ ଉଲ୍ଲେଖ ରହିଛି। କୌଣସି ଭାରତୀୟ ଭାଷାର ଜୟଯାତ୍ରାକୁ ନେଇ ଏହା ପ୍ରଥମ ଦ୍ୱିଭାଷୀ କଫି ଟେବଲ୍ ବୁକ୍ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.