Latest Odisha News

BREAKING NEWS

ଏକାମ୍ର ଓ୍ଵାକ୍ସରେ ଓଡ଼ିଆ ଭାଷାର ଗୌରବ ଗାଥା ସାହିତ୍ୟ ଟ୍ରେଲ୍ ଏବଂ ଫିଲ୍ମ ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ଭୁବନେଶ୍ୱର: ଏକାମ୍ର ଓ୍ଵାକ୍ସରେ ଆସନ୍ତା ରବିବାର ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ସାଂସ୍କୃତିକ ଅନୁଭୂତି ପ୍ରଦାନ କରୁଥିବା ଓଡ଼ିଆ ଭାଷାର ଗୌରବ ଗାଥା ସାହିତ୍ୟ ଟ୍ରେଲ୍ ଏବଂ ଫିଲ୍ମ ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସକାଳ ୧୧ଟା ୩୦ରେ ଓଡିଆ ଭାଷାର ଗୌରବ ଗାଥା ସାହିତ୍ୟ ସହିତ ଆରମ୍ଭ ହେବ ଏବଂ ସନ୍ଧ୍ୟା ୫ଟା ୩୦ରେ କଳାଭୂମିରେ ଓଡ଼ିଆ ଫିଲ୍ମ ପାନୋରାମା ସହିତ ଶେଷ ହେବ ।

ଓଡ଼ିଆ ସାହିତ୍ୟ ଯାତ୍ରାରେ ବହୁତ ସୁନ୍ଦର ଗପ କହିବା ଅଧିବେଶନ ହେବ । ଯାହା, ବିଖ୍ୟାତ ଓଡ଼ିଆ ଗପ “ସ୍ୱପ୍ନଭଙ୍ଗ” ଉପରେ ଆଧାରିତ ରହିବ । ଏଥିରେ ସମସ୍ତେ ଏକାଠି ବସି ଗପ ଶୁଣି ଆନନ୍ଦ ନେଇପାରିବେ । ପରସ୍ପରେ ପ୍ରଶ୍ନ ପଚାରି, ନିଜର ମତ କହି ଏହାକୁ ଆହୁରି ରୋଚକ କରିପାରିବେ । ଯାହା, ସାହିତ୍ୟ ପ୍ରେମୀଙ୍କ ପାଇଁ ଏକ ଉଷ୍ମ ଏବଂ ଆକର୍ଷଣୀୟ ପରିବେଶ ସୃଷ୍ଟି କରିବ ।

ପୁରା ମାହୋଲ ହସଖୁସି ଭରିଦେବ । ସେହିପରି ଏଥିରେ ତାଳବହୁଳ କଳା, ଢାପର ତାଳେ ତାଳେ ଆଉ ଗଭୀର ସାଂସ୍କୃତିକ ମହତ୍ତ୍ୱ ରହିଥିବା କନ୍ଧ ସମ୍ପ୍ରଦାୟର ପାରମ୍ପରିକ ଢାପ୍ ନୃତ୍ୟ ମଧ୍ୟ ଦେଖିବାକୁ ମିଳିବ । ଏକାଠି ଗପ୍ ଓ ଆଉ ଢାପ୍ ନାଚର ସମିଶ୍ରଣ ଦର୍ଶକଙ୍କ ଦିନର ଆରମ୍ଭକୁ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିବ !

ଅନ୍ୟପଟେ ଡିସେମ୍ବର ୧୪ ତାରିଖ ସନ୍ଧ୍ୟା ୫ଟା ୩୦ରେ କଳାଭୂମିରେ ହେବାକୁ ଥିବା ସନ୍ଧ୍ୟା ଅଧିବେଶନର ଓଡ଼ିଆ ଚଳଚ୍ଚିତ୍ର ପରିକ୍ରମାରେ ସୁନ୍ଦର ଓଡ଼ିଆ ଫିଲ୍ମ “ଅହଲ୍ୟା” ପ୍ରଦର୍ଶିତ ହେବ ।

ଏ ଫିଲ୍ମଟି ପୌରାଣିକ ଚରିତ୍ର ଅହଲ୍ୟାଙ୍କ ନୂଆ ଭାବେରେ ଚିତ୍ରଣ ହୋଇଛି । ଯେଉଁଥିରେ ମହିଳାମାନେ କିଭଳି ମନ ଭିତରେ କଥା ଲୁଚାଇ ରଖନ୍ତି, କେତେ ଯନ୍ତ୍ରଣା ଚୁପ୍‌ଚାପ୍ ସହନ୍ତି ଆଉ କେତେ ବଞ୍ଚନ୍ତି, ସେସବୁ ଉପରେ ବହୁତ ମିଠା ଆଉ ଗଭୀର ଭାବେ ଚିତ୍ରଣ ହୋଇଛି । ଯାହା, ଦେଖିଲେ ମନ ଭରିଯିବ । ଅଧିବେଶନରେ ଫିଲ୍ମର ଡାଇରେକ୍ଟର ବିଜୟ କେତନ ମିଶ୍ର ଉପସ୍ଥିତ ରହିବେ ଏବଂ ଦର୍ଶକଙ୍କ ସହ କଥା ହେବେ ଓ ଓ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବେ । ଇଛୁକ ସାହିତ୍ୟ ଓ ସିନେ ପ୍ରେମୀ ekamra-walks.com ରେ ସିଟ୍ ବୁକ୍ କରିବା ନେଇ ଏକାମ୍ର ଓ୍ଵାକ୍ସର ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.