Latest Odisha News

BREAKING NEWS

ସୁରଟ ଫେରନ୍ତାଙ୍କ ଦୁଃଖଦ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’

ଭୁବନେଶ୍ୱର: ମହାମାରୀ କରୋନା ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରଭାବିତ କରିଛି । ଲକଡାଉନ୍ ଓ ସଟଡାଉନ୍ ଭିତରେ ଅନେକଙ୍କ ଜୀବିକା ଯାଇଥିବା ବେଳେ ଭୂତାଣୁ ନେଇଛି ବହୁ ଜୀବନ । ଜୀବନର ଅସମୟରେ ଘଟୁଥିବା ଏଭଳି ଘଟଣାକୁ ପରଦାରେ ଚିତ୍ରଣ କରିବାକୁ ଜ୍ୟୋତି ପ୍ରଡକ୍ସନ ନିର୍ମାଣ କରୁଛି ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ ।

 Odia Movie Bhoka To Portray Plight Of Surat Returnees

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ରାଜବୀ ମହାନ୍ତି ଦେଉଥିବା ବେଳେ କାହାଣୀ ଲେଖିଛନ୍ତି ରଞ୍ଜନ ଦାସ । ଅଭିନେତା ଅଙ୍କିତ କୁମାର, କାବ୍ୟା କିରଣ ଏବଂ କ୍ୱିନ୍ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ । କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା ଏବଂ ରବି ମିଶ୍ରଙ୍କୁ ମଧ୍ୟ ଅନ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମର ପ୍ରଯୋଜକ ସବ୍ୟସାଚୀ ମହାପାତ୍ର ଥିବା ବେଳେ ସଙ୍ଗୀତ ତିଆରି କରୁଛନ୍ତି ବିକାଶ ଦାସ ।

ଲକଡାଉନ୍ ସମୟରେ ଦମ୍ପତିଙ୍କ ସଂଘର୍ଷ କାହାଣୀକୁ ନେଇ ଗତିଶୀଳ ହେଉଛି ଚଳଚ୍ଚିତ୍ର ‘ଭୋକ’ର କାହାଣୀ । ସୁରଟରୁ ଫେରିବା ପରେ ଦମ୍ପତି କିଭଳି ଅସୁବିଧାର ସମ୍ମୁଖୀନ ହେଉଛି ତାହା ଚଳଚ୍ଚିତ୍ରରେ ଚିତ୍ରଣ ହୋଇଛି । କରୋନା ମହାମାରୀ ଲକଡାଉନ୍ ପରେ ଓଡ଼ିଶା ଫେରିବା ରାସ୍ତାରେ ଘଟିଥିବା ଦୁଃଖଦ ଘଟଣା ଓ କଷ୍ଟ ଚଳଚ୍ଚିତ୍ରରେ ବର୍ଣ୍ଣିତ ହୋଇଛି । ଖୁବଶୀଘ୍ର ଫିଲ୍ମର ସୁଟିଂ ଶେଷ ହେବ ବୋଲି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠି କହିଛନ୍ତି ।

 Odia Movie Bhoka To Portray Plight Of Surat Returnees

ଜ୍ୟୋତି ପ୍ରଡକ୍ସନର ‘ଭୋକ’ ହେଉଛି ଚତୁର୍ଥ ଚଳଚ୍ଚିତ୍ର । ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଉପସ୍ଥିତିରେ ଫିଲ୍ମର ମହୁରତ ହୋଇଥିବା ବେଳେ ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ରଞ୍ଜନ ଦାସ ଏବଂ ଫିଲ୍ମର କଳାକାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.