ଏ ଘଟଣାଟି ମୋ’ ଜନ୍ମଦିନର । ସେଦିନ ସକାଳୁ ଅନେକ ଶୁଭେଚ୍ଛା ସବୁ ଆସିଥିଲା । ତା ଭିତରେ ମୋ ଅର୍ଦ୍ଧାଙ୍ଗିନୀଙ୍କର ଜନ୍ମଦିନ ପାଇଁ ପଠାଇଥିବା ଶୁଭେଚ୍ଛା ବାର୍ତ୍ତାଟା ବି ଥିଲା । ଅତ୍ୟନ୍ତ ସୁନ୍ଦରୀ ଝିଅଟିଏ ହାତରେ ଗୋଲାପ ଫୁଲ ଧରିଥିବା ଫଟୋ ତଳେ ଲେଖା ଅଛି ‘ଏ ଫୁଲଟା ଖାସ ତୁମ ପାଇଁ ‘ । ସେ ଝିଅଟି ଚିହ୍ନା କି ନାଁ ବୋଲି ମେମୋରୀରେ ପକେଇ ମୁଙ୍ଗେରୀ ଲାଲ ଭଳି ସ୍ବପ୍ନ ଆଡ଼କୁ ପ୍ରଧାବିତ ହୁଅନ୍ତି ତ ପତ୍ନୀ ହାଜର ହୋଇଗଲେ । ଆରମ୍ଭରୁ ସେ କାଳେ ଏପଟ ସେପଟ ହେଉଥିଲେ ତାଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତର ପାଇଁ । ମୋର କିଛି କହିବା ନଦେଖି ସେ ନିଜ ଆଡୁ ପଚାରିଲେ, “ମୁଁ ପଠେଇଥିବା ବାର୍ଥଡ଼େ ଉଇସଟା କେମିତି ଲାଗିଲା ?”—-ହୁଁ ..ବହୁତ ଭଲ ଲାଗିଲା ।
— କୋଉଟା ?
ହଠାତ ଏପରି ପ୍ରଶ୍ନ ବାଣ ପାଇଁ ମୁଁ ପ୍ରସ୍ତୁତ ନଥିଲି । ଅତି ନିରୀହ ପିଲାଟି ପରି ତାଙ୍କ ମୁହଁକୁ ଚାହିଁଲି ।
—ମୋତେ ଏତେ ବୋକା ଭାବନି ମୁଁ ଠିକ ଜାଣିଛି ତୁମକୁ କୋଉଟା ଭଲ ଲାଗିଥିବ ।
—-ଯଦି ଜାଣିଛ ତେବେ ଏତେ ସୁନ୍ଦରୀ ଝିଅଙ୍କ ଫୋଟୋ ମୋ ପାଖକୁ କାହିଁକି ପଠାଉଥିଲ ? ଖାଲି ଫୁଲର ଫଟୋ ପଠେଇଥିଲେ ମୁଁ ଖୁସି ହୋଇଥାନ୍ତି ତୁମେ ଜାଣ । ତୁମ ଫଟୋ କଣ ଏ ଅଯୋଗ୍ୟ ଫୋନକୁ ଆସିବାକୁ ମନା କଲା ଯେ ତୁମେ ୟା ତା ଫଟୋ ଦେଇ ମୋତେ ପରୀକ୍ଷା କରୁଛ ?
ପତ୍ନୀ ଆମର ଟିକେ ଗୁମ୍ ମାରି ରହିଲେ । କିନ୍ତୁ ତାଙ୍କ ମୁହଁରେ ଫୁଟି ଉଠୁଥିବା ଖୁସି ମୋ ମାଡ଼ୁଆ ଆଖିରୁ ଲୁଚିଲାନି । ଆମର ଏକମାତ୍ର ପ୍ରାଣପ୍ରିୟା ପତ୍ନୀଙ୍କ ଖୁସିରେ ମୋର ଖୁସି । ଗଳା ଝାଡ଼ି ପତ୍ନୀ କହିଲେ, ” ଛାଡ଼ ଆଜି ତୁମ ଜନ୍ମ ଦିନ । ତୁମ ସାଙ୍ଗରେ ଝଗଡା କରିବିନି ।ଆଜିର ଏଇ ପବିତ୍ର ଦିନରେ ତୁମ ଶପଥ ନିଅ ପ୍ଲିଜ଼ ଆଜିଠୁ ଦୁନିଆଁର ସବୁ ଝିଅଙ୍କୁ ନିଜ ଭଉଣୀ ଭଳି ଦେଖିବ ଆଉ ଭଦ୍ରଲୋକଙ୍କ ଭଳି ସେମାନଙ୍କୁ ସମ୍ମାନ ଦେବ।
—ହଉ ,କଥା ଦଉଛି ।
ପ୍ରାୟ ଘଣ୍ଟାଏ ବିତିଛି କି ନାହିଁ ମୋର ଏକମାତ୍ର ଫୁଲେଇ ସାନ ଶାଳୀର ଫୋନ ଆସିଲା ବୋଧେ ଜନ୍ମଦିନ ପାଇଁ ଶୁଭେଚ୍ଛା ଦେବା ପାଇଁ ।
— ହାଲୋ ,ଭାଇ…
—ହଁ ,ବୋଲିବା ହେଉ ବହେନଜୀ ..(ପାଖରେ ପତ୍ନୀ ଥିଲେ ସେତେବେଳେ )।
—ଏଇଟା…? କଟକରୁ କହୁଛନ୍ତି ତ..!!
—-ଆଜ୍ଞା– କୁହନ୍ତୁ ଭଗ୍ନୀଶ୍ରୀ….
—ସଟାପ ….ଭଦ୍ରାମି ଶିଖିନ…..!!
—-ମୁଁ ଏମିତି କଣ କହିଲି ଯେ ଆପଣ ରାଗିଲେ ପ୍ରିୟର ଭଉଣୀ ?
—–ସରି ରଙ୍ଗ ନମ୍ବର…। ଫୋନ କାଟି ଦେଲେ ଶାଳୀ ସାହେବା ।
ପୁଣି ଥରେ ଫୋନ ରିଂ ହେଲା କିନ୍ତୁ ଶ୍ରୀମତିଙ୍କ ନମ୍ବରରେ ।
–ହାଲୋ ନାନୀ ଭାଇଙ୍କ ଫୋନ ନମ୍ବରଟା କଣ ଚେଞ୍ଜ ହେଇଯାଇଛିକି ?
—-କାହିଁ ନାହିଁ ତ ସେଇ ପୁରୁଣା ନମ୍ବର ଅଛି ।
—ଭାଇ ଯଦି ପାଖରେ ଅଛନ୍ତି ଟିକେ ଫୋନଟା ଦେ’ ତ ।
ଭାଇ ତୁମେ ଏବେ ମୋ ସାଙ୍ଗରେ କଥା ହେଉଥିଲଟି ? ଆଉ ଏମିତି କଣ ବହେନଜି , ଭଗ୍ନୀଶ୍ରୀ ସବୁ ବିଳବିଳଉଥିଲ ? ମୁଁ କଣ ଏବେ ବହେନଜି ଭଳିଆ ଲାଗୁଚି କି ? ଭାରି ଭାରି ଶୁଭୁଥିଲା ତାଙ୍କ ଗଳା ।
—- ନାହିଁ ଭଉଣୀ ତୁମେ ତ ମୋତେ ଗୋଟେ ସାଇଡ଼ରୁ ଅସୁରି ରାୟ(ଐଶୋରୀଆ ସରି ସ୍ପେଲିଂ ମିଷ୍ଟେକ) ଭଳିଆ ହଟ୍ ଦେଖାଯାଅ କିନ୍ତୁ କଣ କରିବା ଆପଣଙ୍କ ଭଗ୍ନୀ ମୋତେ ଶପଥ କରେଇଛନ୍ତି ଆଜିଠୁ ସମସ୍ତଙ୍କୁ ସମ୍ମାନର ସହ ଭଉଣୀ ଭଳି ଦେଖିବା ପାଇଁ । ଏବେ କୁହନ୍ତୁ କଣ ପାଇଁ ଫୋନ କରିଥିଲେ ବହେନଜୀ ?
—–ବହେନଜୀ ନା ଚୋପା । ନାନୀର ମୁଣ୍ଡ ଖରାପ ହେଇଗଲାଣି …। ଫୋନ ପୁଣି କଟିଗଲା ।
ବନମାଳୀ ଭବନ
ଖାନ ନଗର , କଟକ ।
Comments are closed.