Latest Odisha News

BREAKING NEWS

ଆମ ଗପଘରର ଗପ କର୍ମଶାଳା ଆୟୋଜିତ

ଅନୁଗୁଳ : ସାରସ୍ୱତ ଅନୁଷ୍ଠାନ ଆମ ଗପଘର ପକ୍ଷରୁ ଗପ କର୍ମଶାଳା ‘ଗପରେ ଗପରେ’ ସ୍ଥାନୀୟ ବାଜି ରାଉତ ଛାତ୍ରାବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା ସାହିତ୍ୟର ପ୍ରତିଷ୍ଠିତ କଥାକାରମାନଙ୍କ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ କବି ଓ ଲେଖକ ଯୋଗ ଦେଇଥିଲେ।

ଗପଘରର ସଭାପତି ମୁକୁନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବରିଷ୍ଠ କଥାକାର ସଦାନନ୍ଦ ତ୍ରିପାଠୀ , ଗାଳ୍ପିକ ରବି ପଣ୍ଡା ଓ କଥାକାର କିଶୋର ଆକାଶ ସୀତାରାମ ମିଶ୍ର କୁମୁଦ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଗପ ହିଁ ଜୀବନର ଗାଥା ଓ ଅନୁଭବର କଥା । ଲେଖକଟିଏ ଗପ ସହ ଆତ୍ମିକ ଭାବରେ ସାମିଲ ହେଲେ ଗପ ପ୍ରାଣବନ୍ତ ହେବ ବୋଲି ଅତିଥି ମାନେ ମତ ପ୍ରକାଶ କରିଛନ୍ତି।ଏହି ଅବସରରେ ଯୁବ ଗାଳ୍ପିକ ଅମୀୟ ବେଜଙ୍କ ଗଳ୍ପ ପୁସ୍ତକ ‘ଫର୍ଦ୍ଦ’ ଓ ଯୁବ କବୀ ଗାୟତ୍ରୀ ଦାସଙ୍କ କବିତା ସଙ୍କଳନ ‘ବହ୍ନିଧୂମା’ ଉନ୍ମୋଚିତ ହୋଇଯାଇଛି।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରାବାସ ପରିସରରେ ଥିବା ପୁଣ୍ୟାତ୍ମା ବାପି ଓ ନୁମାଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଦିଆଯାଇଥିବା ବେଳେ ମୁକୁନ୍ଦ ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ରାଜୀବ ଗୋପାଳ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.