Latest Odisha News

BREAKING NEWS

ଆଗକୁ ଆସୁଛି ଓଡିଆ ଫିଲ୍ମ “ଲଭ ୟୁ ଜାନୁ”

ଭୁବନେଶ୍ୱର: ଆଗାମୀ ଦିନରେ ଓଲିଉଡ ଆଣୁଛି ଭିନ୍ନ ସ୍ୱାଦର ଫିଲ୍ମ ଲଭ ୟୁ ଜାନୁ । ନିକଟରେ ଏହି ଫିଲ୍ମର ଶୁଭ ମହୁରତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟଙ୍କ ସମେତ କ୍ରିଉ ମେମ୍ବର ଉପସ୍ଥିତ ଥିଲେ ।

ଦେବଜ୍ୟୋତି ପାତ୍ରଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମରେ କିଶୋର କୁମାର ଓ ପୁନମ ମିଶ୍ରଙ୍କୁ ଲିଡ୍ ପେୟାର ଭାବେ ଦେଖିବାକୁ ମିଳିବ । ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ମହାପାତ୍ର, ମନିଷା ମିଶ୍ର, ଜୟପ୍ରକାଶ ଦାସ ଓ ଗୁଡୁଙ୍କ ଭଳି ହାସ୍ୟ କଳାକାର ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିବେ ।

ତନ୍ମୟ ପ୍ରଡକ୍ସନ୍ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏହି ପ୍ରଥମ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଜିତେନ୍ଦ୍ର ଓଝା । ସେହିଭଳି ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମଟି ନିଶ୍ଚିତ ଭାବେ ଆକର୍ଷଣୀୟ ହେବ ବୋଲି ଅନୁମାନ କରାଯାଉଛି । ପ୍ରେମ, ପ୍ରତିଶୋଧ ଓ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ ଅପ୍ରେଲ୍ ମାସ ୬ତାରିଖରୁ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି ।

 

 

Leave A Reply

Your email address will not be published.