Latest Odisha News

ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବରେ ‘ଇଣ୍ଡିଆ ବୁକ ଅଫ ରେକର୍ଡ଼ସ’ ରେ ଉଦୟନାଥ ସାହୁ

ଭୁବନେଶ୍ୱର : ଓଡ଼ିଆ, ବଙ୍ଗଳା ଓ ଅସମିୟା ଭାଷାରେ ଲିଖିତ ମହାଭାରତ ଓ ଶ୍ରୀମଦ ଭାଗବତର ତୁଳନାତ୍ମକ ଅଧ୍ୟୟନ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସ-୨୦୨୨ ରେ ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବରେ ଉଦୟନାଥ ସାହୁ ସ୍ଥାନ ପାଇଛନ୍ତି। ଶାରଳା ମହାଭାରତ ଓ ସଂସ୍କୃତ ମହାଭାରତର ତୁଳନାତ୍ମକ ଅଧ୍ୟୟନ କରିବା ସହ ଭାଗବତ ଓ ମହାଭାରତର ମୁଲାଧାରକୁ ଶ୍ରେୟ କରି ପ୍ରାଚୀନ ଓଡ଼ିଆ ସାହିତ୍ୟରୁ ଭାରତୀୟ ସାହିତ୍ୟ ମଧ୍ୟ ଦେଇ ଜାପାନର ଓଟାନି ବିଶ୍ୱବିଦ୍ୟାଳୟରେ ସାରଳା ମହାଭାରତର ତୁଳନାତ୍ମକ ଗବେଷଣା ପାଇଁ ସେ ଏ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।

ଶ୍ରୀ ସାହୁ ଏକାଧାରରେ ଜଣେ ସମାଲୋଚକ, ଗବେଷକ, ଜୀବନୀକାର ଏବଂ ସମ୍ପାଦକ ଭାବରେ ସୁପରିଚିତ । ବର୍ତ୍ତମାନ ସେ ନୂଆଦିଲ୍ଲୀର ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ଭାରତୀୟ ଭାଷା କେନ୍ଦ୍ରରେ ‘ ଆଦିକବି ସାରଳା ଦାସ ଚେୟାର ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ରଚିତ ଗବେଷଣାମୂଳକ ପୁସ୍ତକ ସମୂହ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଅମୂଲ୍ୟ ଅବଦାନ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ତାଙ୍କ ରଚିତ ୨୦୦ ଅଧିକ ପ୍ରବନ୍ଧ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ଏବଂ ଆନ୍ତର୍ଜାତିକ ସ୍ତରରେ ବହୁଳ ଭାବରେ ଆଦୃତି ଲାଭ କରିଛି। ପୁର୍ବରୁ ଶ୍ରୀ ସାହୁ ପ୍ରବାଦ ପୁରୁଷ ସାରଳା ଭାଷା ସମ୍ମାନ , ଏକାମ୍ର ସମ୍ମାନ, ଆମ ଭୁବନେଶ୍ୱର ସମ୍ମାନ ଏବଂ ଡକ୍ଟର ହରେକୃଷ୍ଣ ମହତାବ ଆଦି ସମ୍ମାନରେ ସମ୍ମାନିତ ହୋଇ ସାରିଛନ୍ତି।

Leave A Reply

Your email address will not be published.