Latest Odisha News

BREAKING NEWS

ଫକୀର ମୋହନ ନାହାକଙ୍କ ୩ଟି ପୁସ୍ତକ ଉନ୍ମୋଚିତ

ଫକୀର ମୋହନ ନାହାକଙ୍କ ୩ଟି ପୁସ୍ତକ ଉନ୍ମୋଚିତ

ମୋହାଲି : ପଞ୍ଜାବର ମୋହାଲି ସ୍ଥିତ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ପରିସରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ପ୍ରତିଷ୍ଠାନର ବିଭାଗୀୟ ମୁଖ୍ୟ ଫକୀର ମୋହନ ନାହାକଙ୍କ ରଚିତ ‘ଓଡ଼ିଶା ସମ୍ବାଦ’ର ‘ଗାଁ କଥା’ ସ୍ତମ୍ଭରେ ପ୍ରକାଶିତ ତୀରତରଙ୍ଗ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ‘ସ୍ନେହଲତାର ଶେଷ ଚିଠି’, ପଶ୍ଚିମା ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ‘ଅନ୍ଧଶ୍ରଦ୍ଧା’ ଏବଂ କମଲଜିତ୍ କୌରଙ୍କ ଯୁଗ୍ମ ସମ୍ପାଦନାରେ ମାଲିକ ଆଣ୍ଡ୍ ସନସ୍ ପବ୍ଲିଶର୍ସ ଦ୍ୱାରା ପ୍ରକାଶିତ ଇଂରାଜୀ ପୁସ୍ତକ ‘ସ୍ପୋର୍ଟସ୍ ଜର୍ଣ୍ଣାଲିଜମ୍’ ଉନ୍ମୋଚିତ ହୋଇଯାଇଛି ।

ଲିବରାଲ ଆର୍ଟସ୍ ଆଣ୍ଡ ହ୍ୟୁମାନିଟିସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁରାଗ ବର୍ମା, ସାମ୍ବାଦିକତା ଓ ଗଣଯୋଗାଯୋଗ ନିର୍ଦ୍ଦେଶକ ତ୍ରିଶୁ ଶର୍ମା, ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନର ନିର୍ଦ୍ଦେଶକ ଅସୀମା ବାଙ୍କର ଏବଂ  ଆସିତା ଚଢା ପ୍ରମୁଖ ପୁସ୍ତକଗୁଡିକ ଉନ୍ମୋଚନ କରିଥିଲେ। ଏହି ଅବସରରେ ଆୟୋଜିତ ଅନ୍ୟ ଏକ ଉତ୍ସବରେ ଶ୍ରୀ ନାହାକଙ୍କୁ ସ୍ୱତନ୍ତ୍ର ପ୍ରଶଂସା ପୁରସ୍କାର ପ୍ରଦାନ କରାଯାଇଛି। ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର କୁଳପତି ସର୍ଦାର ସତନାମ ସିଂହ ସନ୍ଧୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଫକୀର ମୋହନଙ୍କ ଜନ୍ମ ଓଡ଼ିଶାର ଗଂଜାମ ଜିଲ୍ଲାର ହରିପୁର ବୁରୁଡ଼ି ଗାଁରେ। ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ନିଜର ଉଚ୍ଚଶିକ୍ଷା ଶେଷ କରି ବିଭିନ୍ନ ଗଣମାଧ୍ୟମରେ କାମ କରିବା ପରେ ବର୍ତ୍ତମାନ ସାମ୍ବାଦିକତା ଶିକ୍ଷାରେ ଅଧ୍ୟାପନା କରୁଛନ୍ତି।

Leave A Reply

Your email address will not be published.