Latest Odisha News

BREAKING NEWS

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସାଉଦି ଆରବରୁ ଫେରିଲା ଓଡିଆ ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ସାଉଦି ଆରବରୁ ଫେରିଲା ଓଡିଆ ଯୁବକଙ୍କ ମୃତ ଦେହ । ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷପ ପରେ ଆଜି ସାଉଦୀ ଆରବରୁ ମୃତ ଓଡିଆ ଯୁବକ ଶୁଭକାନ୍ତ ପ୍ରାଧାନଙ୍କ ମର ଶରୀର ତାଙ୍କ ଗ୍ରାମ ନୟାଗଡ ଲାଠିପଡାରେ ପହଁଞ୍ଚିଛି । ସ୍ୱର୍ଗତ ଶୁଭକାନ୍ତଙ୍କ ମର ଶରୀର ଫେରାଇ ଆଣିବା ପାଇଁ ସାଉଦୀଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଏକ ଚିଠି ଲେଖି ନିବେଦନ କରିଥିଲେ ବୈଜୟନ୍ତ ପଣ୍ଡା।

ସୂଚନାଅନୁସାରେ ନୟାଗଡ ଜିଲ୍ଲା ଇଟାମାଟି ଥାନା ଅର୍ନ୍ତଗତ ଲାଠିପଡା ନୂଆସାହି ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କ ପୁଅ ଶୁଭକାନ୍ତ ପ୍ରଧାନ ସାଉଦି ଆରବର ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଗତ ଜାନୁୟାରୀ ମାସ ୧୧ ତାରିଖରେ ଶୁଭକାନ୍ତ ଆତ୍ମହତ୍ୟା କରିଥିବା ଖବର କମ୍ପାନି କର୍ତ୍ତୃପକ୍ଷ ପ୍ରହଲ୍ଲାଦଙ୍କୁ ୧୨ ତାରିଖ ଜଣାଇଥିଲେ।

ପରିବାର ଲୋକ ବହୁ ଚେଷ୍ଟା କରି ବିଫଳ ହେବା ପରେ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲେଖିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ମରଶରୀର ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ।

ଶେଷରେ ମରଶରୀର କୋଲକତା ବିମାନ ବନ୍ଦରରେ ପହଛିବା ପରେ ସେଠାରୁ ସଡକ ଯୋଗେ ଆଜି ନିଜ ଗ୍ରାମ ଲାଠିପଡାରେ ପହଞ୍ଚିବା ପରେ ସେଠାରେ ଶୋକର ଛାୟା ଖେଳି ଯାଇଥିଲା। ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପାଇଁ ପରିବାର ଲୋକ କୃତଜ୍ଞତା ଜଣାଇଥିବାବେଳେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed, but trackbacks and pingbacks are open.