Latest Odisha News

BREAKING NEWS

କିଙ୍ଗଖାନ୍ ଶାହରୁଖ ଆଣୁଛନ୍ତି ନିଜର ଓଟିଟି ପ୍ଲାଟଫର୍ମ

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହରୁଖ ଖାନ୍ ଆଗାମୀ ଦିନରେ ଫିଲ୍ମ ପଠାନ୍‌ରେ ଦର୍ଶକଙ୍କୁ ଦେଖାଦେବେ । ହେଲେ ତା’ ପୂର୍ବରୁ ସେ ନିଜର ଅଗଣିତ ଫ୍ୟାନମାନଙ୍କୁ ଆଉ ଏକ ସରପ୍ରାଇଜ୍ ଦେଇଛନ୍ତି । ସୋସିଆଲ୍ ମିଡିଆରେ ଶାହରୁଖ ନିଜର ଓଟିଟି ପ୍ଲାଟଫର୍ମ ଆଣୁଥିବା ନେଇ ଘୋଷଣା କରିଛନ୍ତି ।

 

View this post on Instagram

 

A post shared by Shah Rukh Khan (@iamsrk)

ଶାହରୁଖଙ୍କ ଓଟିଟି ପ୍ଲାଟଫର୍ମର ନାଁ ରହିଛି SRK + । ପୋଷ୍ଟକୁ ଦେଖି ଏହା ଏକ ଷ୍ଟ୍ରିମିଂ ସାଇଟ୍ ବୋଲି ଅନୁମାନ କରାଯାଉଛି । ତେବେ ଡିଜିଟାଲ୍ ପ୍ଲାଟଫର୍ମରେ ଶାହରୁଖ ପୂର୍ବରୁ ପ୍ରଡ୍ୟୁସର୍ ଭାବେ ଡେବ୍ୟୁ କରିସାରିଛନ୍ତି । ହେଲେ କୌଣସି ପ୍ରୋଜେକ୍ଟରେ ତାଙ୍କୁ ଅଭିନେତା ଭାବେ ଦେଖିବାକୁ ମିଳିନି

ନିଜ ପୋଷ୍ଟରେ ଶାହରୁଖ ଲେଖିଛନ୍ତି ଯେ, “କୁଛ କୁଛ ହୋନେ ୱାଲା ହୈ ଓଟିଟି କି ଦୁନିୟା ମୈଁ ” ଶାହରୁଖଙ୍କ ଏହି ପୋଷ୍ଟକୁ ନେଇ ତାଙ୍କର କିଛି ବନ୍ଧୁ ମଧ୍ୟ ଖୁସୀ ଜାହିର କରିଛନ୍ତି । ଏହି ତାଲିକାରେ କରନ ଜୋହରଙ୍କଠାରୁ ଆରମ୍ଭ କରି ଅନୁରାଗ କଶ୍ୟପ ମଧ୍ୟ ସାମିଲ ଅଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଶାହରୁଖ ନିଜ ଷ୍ଟ୍ରିମିଂ ସାଇଟ୍‌କୁ ଡିଜନୀ ପ୍ଲସ୍ ହଟ୍‌ଷ୍ଟାର୍ ସହ ଅନୁବନ୍ଧିତ କରାଇବେ

Comments are closed, but trackbacks and pingbacks are open.