Latest Odisha News

BREAKING NEWS

ଅନଲାଇନରେ ଆରମ୍ଭ ହେଲା ଯୁକ୍ତ +୨ ପରୀକ୍ଷାଖାତା ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠାରୁ ଅନଲାଇନରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ଖାତା ମୂଲ୍ୟାୟନ  । ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଛି ମୂଲ୍ୟାୟନ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଅନଲାଇନ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଫଲାଇନରେ ହେବ ଖାତାଦେଖା ।

ଦୁଇଟି ସିଫ୍ଟରେ ଖାତା ଦେଖା ହେବାକୁ ଥିବା ବେଳେ ପ୍ରଥମ ସିଫ୍ଟର ଖାତା ଦେଖା ଆରମ୍ଭ ହୋଇଯାଇଛି । ଅପରାହ୍ନ ୧ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଦ୍ୱିତୀୟ ସିଫ୍ଟରେ ଖାତା ମୂଲ୍ୟାୟନ ଚାଲିବା ନେଇ ଜଣାପଡିଛି ।

ପ୍ରଥମ ପର୍ଯ୍ୟାୟ ଖାତାଦେଖା ଲାଗି ରାଜ୍ୟରେ ୩୬ଟି ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା ହୋଇଛି  । ଯେଉଁଥିରେ ୩୪ଟି ସରକାରୀ ଓ ୨ଟି ଘରୋଇ ଶିକ୍ଷାନୁଷ୍ଠାନକୁ ସାମିଲ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  ।

ଆଜିଠୁ ବିଜ୍ଞାନ ବିଭାଗର ଅନଲାଇନ ବା ଇ-ମୂଲ୍ୟାୟନ ଆରମ୍ଭ ହୋଇଛି । ପରେ ବାଣିଜ୍ୟ ବିଭାଗର ହେବ ମୂଲ୍ୟାୟନ  । ଆଉ ଦ୍ୱିତୀୟ ପର୍ଯ୍ୟାୟରେ ହେବ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ମୂଲ୍ୟାୟନ ପ୍ରକ୍ରିୟା  ।

କୋଭିଡ-୧୯ ଗାଇଡଲାଇନ ଅନୁସାରେ ପ୍ରତିଦିନ ମୂଲ୍ୟାୟନ ପୂର୍ବରୁ କେନ୍ଦ୍ରକୁ ସାନିଟାଇଜ୍ କରାଯାଇଥିବା ସୂଚନା ଦେଇଛି ପରିଷଦ

Leave A Reply

Your email address will not be published.