Latest Odisha News

BREAKING NEWS

ପାକିସ୍ତାନ ଆଇଏସଆଇର ୨ ଏଜେଂଟ ଗିରଫ

ନୂଆଦିଲ୍ଲୀ:ପାକିସ୍ତାନର ଦୁଇ ଆଇଏସଆଇ ଏଜେଂଟ ଦିଲ୍ଲୀରେ ଧରାପଡିଛନ୍ତି । ସେମାନେ ପାକିସ୍ତାନ ହାଇ କମିଶନଙ୍କ ଭିଜା ଆସିଷ୍ଟାଂଟ ଭାବେ ଆସି ଜାସୁସୀ କରୁଥିଲେ । ସେମାନଙ୍କ ନାମ ହେଲା ଆବିଦ ହୁସେନ ଓ ତାହିର ଖାନ୍ । ଜାଲ୍ ଭାରତୀୟ ପରିଚୟପତ୍ର ନେଇ ଦିଲ୍ଲୀରେ ତଥ୍ୟ ସଂଗ୍ରହ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଥିଲେ । ୨୪ ଘଂଟା ମଧ୍ୟରେ ଭାରତ ଛାଡିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବରୁ ମଧ୍ୟ ୨୦୧୬ରେ ମହମ୍ମଦ ଫରହଦ ନାମକ ଯୁବକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାଜଗପତ୍ର ସହ ପୋଲିସ ହାତରେ ଧରା ପଡିଥିଲା । ସେ ସମାଜବାଦୀ ପାର୍ଟିର ମୁନାବର ସଲୀମଙ୍କ ପିଏ ଭାବେ କାମ କରୁଥିଲେ ।

Leave A Reply

Your email address will not be published.