Latest Odisha News

BREAKING NEWS

ବିଧାନସଭା ଅଚଳ: ଆଜି ବି ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ଶାସକ-ବିରୋଧୀ ହଟ୍ଟଗୋଳ ଯୋଗୁ ଧୋଇ ଯାଇଛି ବିଧାନସଭା ତିନିଟି କାର୍ଯ୍ୟ ଦିବସ । ଅଚଳାବସ୍ଥା ହଟୁନି । ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ତମ୍ବିତଫାନ ଯୋଗୁ ଚାଲି ପାରୁନି ଗୃହ । ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି । ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ କ୍ଷମା ପ୍ରାର୍ଥନା ଦାବି ଦୋହରାଇଛି ବିଜେଡି । ନାରାବାଜି କରିଥିଲେ ବିଜେଡି ବିଧାୟକ ।

ସେହିପରି ଧାନ ମଣ୍ଡି ଅବ୍ୟବସ୍ଥା ନେଇ ବିରୋଧୀ ହୋହଲ୍ଲା କରିଥିଲେ । ଦାବି ପୂରଣ ନହେବା ଯାଏ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ । ହଟ୍ଟଗୋଳ ଲାଗି ରହିବାରୁ ସାଢ଼େ ୧୧ଟା ଯାଏ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି ବାଚସ୍ପତି । କେମିତି ସ୍ୱାଭାବିକ ହେବ ଗୃହକାର୍ଯ୍ୟ ତାଉପରେ ଏବେ ନଜର ।

Leave A Reply

Your email address will not be published.