Latest Odisha News

BREAKING NEWS

ତୃତୀୟ ଦିନରେ ଚାଲିପାରିଲାନି ପ୍ରଶ୍ନକାଳ; ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ । ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଅର୍ପଣ ରଥ ଓ ପରୀ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ଗୃହ ଭିତରେ ଓ ବାହାରେ ଉଭୟ କରିଛନ୍ତି ହୋ ହଲ୍ଲା । ଫଳରେ ଚାଲିପାରିନଥିଲା ପ୍ରଶ୍ନକାଳ ।

ପ୍ରବଳ ହୋ ହଲ୍ଲା ପାଇଁ ଗୃହକାର୍ଯ୍ୟକୁ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ମୁଲତବୀ କରିଥିଲେ ବାଚସ୍ପତି । ଏହାପରେ ୧୨ଟା ୩୦ ଏବଂ ପରବର୍ତ୍ତୀ ସମୟରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

ଗୃହର ତୃତୀୟ ଦିନରେ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେପି ସଦସ୍ୟ ଗୃହ ଭିତରେ ହଟ୍ଟଗୋଳ କରିଥିଲେ । ସେହିପରି ପରୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ, ସାଂସଦ ସୁରେଶ ପୂଜାରୀ ସମେତ ଅନ୍ୟ ବିଜେପି ନେତା କ୍ଷମା ମାଗନ୍ତୁ ବୋଲି ଦାବି କରି ନିଜ ଆସନରେ ଛିଡା ହୋଇ ବିଜେଡି ବିଧାୟକ ପ୍ରତିବାଦ କରିଥିଲେ ।

ଏଥିସହ ବିଜେଡି ବିଧାୟକ ଦଳ ଗୃହ ବାହାରକୁ ଆସି ଗାନ୍ଧୀ ମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଅନ୍ୟପଟେ, ବିଜେଡିର ପରୀ ପ୍ରସଙ୍ଗକୁ କାଉଣ୍ଟର କରିଛି ବିଜେପି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଭ୍ରାଟ ଓ ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିଜେପି । ବିଜେପି ବିଧାୟକମାନେ ନିଜ ନିଜ ସିଟରୁ ପ୍ଲାକାର୍ଡ ଧରି ସରକାର ବିରୋଧୀ ନାରାବାଜି ପ୍ରଦର୍ଶନ କରିଥିଲେ ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ଶାସକ ଦଳକୁ ଜୋରଦାର ବିରୋଧ କରିଛି । ଗୃହ ବାହାରକୁ ବିଜେପି ବିଧାୟକମାନେ ଆସି ବିରୋଧ ପ୍ରଦର୍ଶନ କରିଥିଲେ ।

 

Leave A Reply

Your email address will not be published.