Latest Odisha News

BREAKING NEWS

କଥାକାର ଦେବବ୍ରତ ମଦନରାୟ ପାଇବେ ‘ଜଗଦୀଶ କଥା ସମ୍ମାନ’, ପ୍ରଜ୍ଞା ପ୍ରବର୍ତ୍ତିକାଙ୍କୁ ‘ଜଗଦୀଶ ଯୁବ ସମ୍ମାନ’

ଭୁବନେଶ୍ୱର : ଓଡ଼ିଆ କଥା ସାହିତ୍ୟର କାଳଜୟୀ ସ୍ରଷ୍ଟା ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍’ ତରଫରୁ ୨୦୨୪ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ପାଇଁ ବିଶିଷ୍ଟ କଥାକାର ଦେବବ୍ରତ ମଦନରାୟ ମନୋନୀତ ହୋଇଛନ୍ତି। ସେହିପରି କଥାକାର ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ମନୋନୀତ ହୋଇଛନ୍ତି ।

ଆଗାମୀ ୧୭ ଫେବୃଆରୀରେ ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନଠାରେ ଆୟୋଜିତ ହେବାକୁ ଥିବା ‘ଜଗଦୀଶ ଜୟନ୍ତୀ’ ଉତ୍ସବରେ କଥାକାର ତରୁଣକାନ୍ତି ମିଶ୍ର ଏବଂ ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କ ଉପସ୍ଥିତିରେ ପ୍ରତିଭାଦ୍ୱୟଙ୍କୁ ପୁରସ୍କୃତ କରାଯିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୪ରୁ ପ୍ରଦାନ କରାଯାଇଆସୁଥିବା ଜଗଦୀଶ କଥା ସମ୍ମାନ ପୂର୍ବରୁ ପ୍ରକାଶ ମହାପାତ୍ର, ସଦାନନ୍ଦ ତ୍ରିପାଠୀ ଏବଂ ରଜନୀକାନ୍ତ ମହାନ୍ତି, ଶ୍ୟାମାପ୍ରସାଦ ଚୌଧୁରୀ, ପରେଶ ପଟ୍ଟନାୟକ, ଅଜୟ ସ୍ୱାଇଁ, ନିବାରଣ ଜେନା, ଭୀମ ପୃଷ୍ଟି, ପୁଷ୍ପାଞ୍ଜଳି ନାୟକଙ୍କ ପରି ଖ୍ୟାତନାମା କଥାକାରମାନେ ପାଇଥିବା ବେଳେ ଜଗଦୀଶ ଯୁବ ସମ୍ମାନ ପାଇଛନ୍ତି ଅମରେଶ ବିଶ୍ୱାଳ, ସ୍ୱାଗତିକା ସ୍ୱାଇଁ, ନେତାଜୀ ଅଭିନନ୍ଦନ, ବିରଜା ରାଉତରାୟ, ରାଜେନ୍ଦ୍ର କୁମାର ରାଉଳ, ଶକ୍ତି ମହାନ୍ତି, ମଣିରାମ ଜେନା ଏବଂ ସୁଶୀଲ ପ୍ରଧାନ।

Leave A Reply

Your email address will not be published.