Latest Odisha News

କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ମୌସୁମୀ ବର୍ଷା ଅଧିବେଶନ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ତ୍ରୀ-ସ୍ତରୀୟ କଡ୍ଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେବଳ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ଫୋର୍ସ ସହିତ ୧୦୦ଜଣ ପୋଲସ ଅଫିସର ମୁତୟନ ହୋଇଛନ୍ତି ।

ବିଧାନସଭାର ଏହି ମୌସୁମୀ ବର୍ଷା ଅଧିଶେନ ଆଜିଠୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୦ ତାରିଖ ଯାଏ ଚାଲିବ । ତେବେ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସୂଚନାନୁଯାୟୀ ଅଧିବେଶନ ସମାପ୍ତ ପର୍ଯ୍ୟନ୍ତ ସଶସ୍ତ୍ର ସୁରକ୍ଷା ବାହିନୀ ଦିନରାତି ବିଧାନସଭାକୁ ଜଗି ରହିବେ । ଗତଥର ମଧ୍ୟ ତ୍ରୀ-ସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ସୁରକ୍ଷା ବଳୟରେ ମଧ୍ୟ ୩ଜଣ ଏଡ଼ିସିପି ଏବଂ ଡ଼ିସିପି ନଜର ରଖିବେ ।

ବିଧାନସଭା ଚାଲିଥିବା ବେଳେ ସବୁଥର ପରି ବିକ୍ଷୋଭକାରୀମାନେ ବିକ୍ଷୋଭ କରିବାର ସମ୍ଭାବନା ରହିଛି, ତେଣୁ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି । ସିସିଟିଭି ଦ୍ୱାରା ଲୋୟର ପିଏମଜି, ଏଜି ଛକ ଏବଂ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ କଡ୍ଡା ନଜର ରଖାଯିବାର ବ୍ୟବସ୍ଥା ହୋଇଛି ।

ସେହିପରି ବିଧାନସଭାର ପ୍ରବେଶପଥରେ୨ଟି ଚେକପୋଷ୍ଟ ବ୍ୟବସ୍ଥା କରାଯାଇଛି । କାର୍ ଓ ବାଇକ୍ ଗୁଡ଼ିକୁ ଯାଞ୍ଚ କରାଯାଇ ଛଡ଼ା ଯିବାର ବନ୍ଦୋବସ୍ତ କରାଯାଇଛି ।

ବିଧାନସଭା ଗେଟ ସମ୍ମୁଖଭାଗରେ ଏକ ପୋଲିସ କଣ୍ଟ୍ରୋଲ୍ ରୁମ ଅସ୍ଥାୟୀ ଭାବେ ନିର୍ମିତି ହୋଇଛି । ଫଳରେ ଏହି କଣ୍ଟ୍ରୋଲ ରୁମରେ ଚାରିପାଖର ସମସ୍ତ ପ୍ରକାର କାର୍ଯ୍ୟକଳାପ ତଥା ବିକ୍ଷୋଭକାରୀ ତଥା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇପାରିବ ।

କମିଶନରେଟ ପୋଲିସ ପକ୍ଷରୁ ଗତ କାଲିଠୁ ଭୁବନେଶ୍ୱର ରେଳଷ୍ଟେସନ ନିକଟରେ ଥିବା ବିଭିନ୍ନ ହୋଟେଲ ଓ ଗେଷ୍ଟହାଉସ ଯାଞ୍ଚ କରାଯାଇଛି । ରାତିରେ ପୋଲିସ ପକ୍ଷରୁ ବିଧାନସଭା ସମେତ ଭୁବନେଶ୍ୱରର କିଛି ସ୍ଥାନମାନଙ୍କରେ ପେଟ୍ରୋଲିଂ ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.