Latest Odisha News

BREAKING NEWS

୨୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭାର ୬ ଦିନିଆ ଅଧିବେଶନ । ତାପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ଆଜି ଦିନ ସାଢ଼େ ୧୧ଟାରେ ଏହି ବୈଠକ ବସିବ । ବିଧାନସଭାର ନିୟମାବଳୀ ଓ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ । ସୁରୁଖୁରୁରେ ଅଧିବେଶନ ଚଳାଇବା ନେଇ ସବୁ ଦଳର ବିଧାୟକଙ୍କ ସହ ଆଲୋଚନା କରିବେ ବାଚସ୍ପତି ।

୨୫ ତାରିଖରେ ଅଭିଭାଷଣ ପ୍ରଦାନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ୩ ଦିନ ଧରି ଆଲୋଚନା କରାଯିବ । ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

୩୧ରେ ଭୋଟ୍‌ ଇନ୍‌ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ । କରୋନା ସଂକ୍ରମଣ କମିଥିବାରୁ ଚଳିତ ଅଧିବେଶନରେ ପ୍ରଶ୍ନକାଳ, ଶୂନ୍ୟକାଳ ତଥା ମୁଲତବୀ ପ୍ରସ୍ତାବ ଆଦି ରହିବ ।

Comments are closed, but trackbacks and pingbacks are open.