Latest Odisha News

BREAKING NEWS

ଡୋନେଟସ୍କ ଉପରେ କିଭ୍ ସେନାର ଆକ୍ରମଣ, ୨୦ ମୃତ

ଦିଲ୍ଲୀ: ତୀବ୍ରରୁ ତୀବ୍ର ହେଉଛି ଋଷ- ୟୁକ୍ରେନ ଯୁଦ୍ଧ ।  ଏବେ ପୁଣି ଡୋନେଟସ୍କ ଉପରେ କିଭ୍ ସେନାର ଆକ୍ରମଣରେ ୨୦ ମୃତ । ପୂର୍ବ ୟୁକ୍ରେନରେ ବିଚ୍ଛିନ୍ନତାବାଦୀଙ୍କ ଗଡ଼ ବୋଲି କୁହାଯାଉଥିବା ଡୋନେଟସ୍କ ଉପରେ କିଭ ସେନାର ଆକ୍ରମଣରେ ୨୦ ନିହତ ହୋଇଥିବା ଦାବି କରିଛି ଋଷ ।

ଋଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି ଏହି ସୂଚନା ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଏହି ଆକ୍ରମଣରେ ୨୦ ଜଣ ନୀରିହ ଲୋକଙ୍କର ମୃତ୍ୟୁ ଘଟିଛି । ଏହାସହ ଆକ୍ରମଣରେ ଶିଶୁ ସମେତ ୨୮ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।

ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ଆକ୍ରମଣକୁ ଋଷ୍ ଦୃଢ଼ ନିନ୍ଦା କରିଛି । ଅନ୍ୟପକ୍ଷରେ ୟୁକ୍ରେନ୍ ଏହି ଆକ୍ରମଣକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛି ।

Comments are closed, but trackbacks and pingbacks are open.