Latest Odisha News

BREAKING NEWS

ଆମାଜନ୍ ପକ୍ଷରୁ ୧ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ପ୍ରଦାନ

ବେଙ୍ଗାଲୁରୁ: ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଇ-କମର୍ସ କମ୍ପାନି ଆମାଜନ୍ ପକ୍ଷରୁ ଏକ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। କମ୍ପାନି ଏହା ମାଧ୍ୟମରେ ଉତ୍ପାଦଗୁଡ଼ିକୁ ଶୀଘ୍ର ଗ୍ରାହକମାନଙ୍କ ପାଖରେ ପହଞ୍ଚାଇ ପାରିବ।

ସାମଗ୍ରୀ ପ୍ୟାକ୍ କରିବା, ଉଠାଇବା ଏବଂ ଏହାକୁ ସୁରକ୍ଷିତ ଭାବେ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଆଦି କ୍ଷେତ୍ରରେ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ନିଯୁକ୍ତ ହୋଇଥିବା କର୍ମଚାରୀମାନେ ଏହି କ୍ଷେତ୍ରରେ କାମ କରିବେ। ଏହାଛଡ଼ା ଆମାଜନ୍ ଏହାର ସହଯୋଗୀ ଯଥା ଟ୍ରକ୍ ସଂସ୍ଥା ଏବଂ ପ୍ୟାକେଜିଂ ଭେଣ୍ଡରମାନଙ୍କ ଜରିଆରେ ୧୦ ହଜାରରୁ ଅଧିକ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି କରିଛି।

 

Leave A Reply

Your email address will not be published.