Latest Odisha News

BREAKING NEWS

ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ଆଗତ ହେବ ପ୍ରଥମ ଅତିରିକ୍ତ ବଜେଟ୍

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ଅପରାହ୍ଣରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରାଯିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଆଗତ କରିବେ । ୧୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହୋଇ ଅତିରିକ୍ତ ବଜେଟ୍ ଗୃହୀତ କରାଯିବ ।

ଡିସେମ୍ବର ୩୧ ତାରିଖ ଯାଏ ଚାଲିବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନରେ ମୋଟ୍ ୨୬ଟି କାର୍ୟ୍ୟ ଦିବସ ରହିବ । ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଚାଲିବ ଶୀତକାଳୀନ ଅଧିବେଶନ ।

ଆଜି ପ୍ରାରମ୍ଭିକ ଅଧିବେଶନ ସକାଳ ୧୧ଟାରୁ ଆରମ୍ଭ ହେବ । ଅନ୍ୟ ଦିନରେ ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ସାଢ଼େ ଗୋଟାଏ ଓ ଅପରାହ୍ନ ୪ଟାରୁ ୬ଟା ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଗୃହରେ ନିୟମିତ ଭାବେ ଉଭୟ ତାରକା ଓ ଅଣତାରକା ଚିହ୍ନିତ ପ୍ରଶ୍ନମାନଙ୍କର ଉତ୍ତର ରଖାଯିବ ।

Leave A Reply

Your email address will not be published.