Latest Odisha News

ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ନିଷେଧ

ଭୁବନେଶ୍ୱର: ଏଣିକି ସରକାରୀ ଅଫିସ କିମ୍ବା ମିଟିଂରେ ପ୍ଲାଷ୍ଟିକ୍ ବ୍ୟବହାର ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ୍ ଫାଇଲ୍, ବ୍ୟାନର, ପୋଷ୍ଟର ତଥା ଅନ୍ୟାନ୍ୟ ପ୍ଲାଷ୍ଟିକ୍ ସାମଗ୍ରୀକୁ ମଧ୍ୟ ନିଷେଧ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆସନ୍ତା ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବା ନେଇ ଓଡିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ଏହାଦ୍ୱାରା ପାଳନ କରାଯାଉଛି ।

Comments are closed.