Latest Odisha News

BREAKING NEWS

ମହିଳା ଦିନିକିଆ ଟ୍ରଫି କ୍ରିକେଟ: ସରିତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ସୌରାଷ୍ଟ୍ରକୁ ହରାଇଲା ଓଡିଶା

ଭୁବନେଶ୍ୱର: ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ ବଳରେ ଓଡିଶା ମହିଳା ଦିନିକିଆ ଟ୍ରଫି କ୍ରିକେଟରେ ସୌରାଷ୍ଟ୍ରକୁ ୪ ୱିକେଟରେ ପରାସ୍ତ କରିଛି । ପୁଡୁଚେରୀରେ ଖେଳାଯାଇଥିବା ଏହି ମ୍ୟାଚରେ ସରିତା ମେହେର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସୌରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୩୮.୨ ଓଭରରେ ୧୦୧ ରନ କରି ଅଲଆଉଟ ହୋଇ ଯାଇଥିଲା । ରିଦ୍ଧି ରୂପାରେଲ ୩୦ ରନ କରିଥିଲେ । ଓଡିଶା ପକ୍ଷରୁ ରାମେଶ୍ୱରୀ ନାଏକ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ୩ଟି ଲେଖାଁଏ ୱିକେଟ ନେଇଥିଲେ । ୩୭.୧ ଓଭରରେ ଓଡିଶା ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ସରିତା ୪୩ ରନ କରି ଅପରାଜିତ ରହିଥିଲେ । ଏନ ଚାଭଡା ସୌରାଷ୍ଟ୍ର ପକ୍ଷରୁ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଜାନୁୟାରୀ ୧୪ରେ ଓଡିଶା ତାର ପରବର୍ତୀ ମ୍ୟାଚରେ ମହାରାଷ୍ଟ୍ରକୁ ଭେଟିବ । ଗ୍ରୁପ ଏରେ ସ୍ଥାନ ପାଇଥିବା ଓଡିଶାର ଏହା ପ୍ରଥମ ବିଜୟ । ୨ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ଅନ୍ୟ ୨ଟି ମୁକାବିଲା ବାତିଲ ହୋଇଛି । ୮ ପଂଏଟ ସହ ଓଡିଶା ଏବେ ଷଷ୍ଠ ସ୍ଥାନରେ ରହିଛି ।

Leave A Reply

Your email address will not be published.