Latest Odisha News

BREAKING NEWS

ଶିମିଳିପାଳରେ ଚାଲିଛି ବାଘ ଗଣନା : ଖଞ୍ଜାଯାଇଛି ୪୫୦ରୁ ଉର୍ଦ୍ଧ୍ବ ଟ୍ରାପ୍ କ୍ୟାମେରା

ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା । ୩ଟି ପର୍ଯ୍ୟାୟରେ ବାଘ ଗଣନା କାର୍ଯ୍ୟ ଚାଲିଛି  । ଏଥିଲାଗି ୭୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଶିମିଳିପାଳର ଉତ୍ତର ଦକ୍ଷିଣ ସମେତ ବିଭିନ୍ନ ବନଖଣ୍ଡରେ ଗଣନା ଜାରି ରହିଛି । ରାଇରଙ୍ଗପୁର, କରଞ୍ଜିଆ ଓ ବାରିପଦା ବନଖଣ୍ଡରେ ଗଣନା କରାଯାଉଛି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ପ୍ରତିଦିନ ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଘ ଗଣନା କରାଯିବ। ବାଘ ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ଗଣନା କରାଯାଉଛି ।

ଏଥିପାଇଁ ୪୫୦ରୁ ଅଧିକ ଟ୍ରାପ କ୍ୟାମେରା  ଖଞ୍ଜାଯାଇଛି ।  ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓଡ଼ିଶାର ସର୍ବବୃହତ ବ୍ୟାଘ୍ର ପ୍ରକଳ୍ପ । ଏନଟିସିଏ ଗଣନା ମୁତାବକ ଶିମିଳିପାଳରେ ୨୦ରୁ ଅଧିକ ବାଘ ଅଛନ୍ତି । ଏହି ଅଭୟାଣ୍ୟରେ ସର୍ବାଧିକ ମହାବଳ ବାଘ ଅଛନ୍ତି । ଚାରିବର୍ଷରେ ଥରେ ଏନଟିସିଏ ପକ୍ଷରୁ ଗଣନା କରାଯାଉଥିବା ବେଳେ ସଠିକ ବାଘ ସଂଖ୍ୟା ଜାଣିବାକୁ ଚଳିତ ବର୍ଷ ଠାରୁ ରାଜ୍ୟ ସରକାର ବାଘ ଗଣନା କରୁଛନ୍ତି  ।   ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନେଇ ପ୍ରେସର୍ ଇମ୍ପ୍ରେସନ ପ୍ୟାଡ ଅଥବା ପିଆଇପି, ଟ୍ରାପ କ୍ୟାମେରା , ପଗ୍ ମାର୍କ ପାଦ ଚିହ୍ନ ଗଣନା ଓ ଟ୍ରାନଜେକ୍ଟ ଲାଇନ ମାଧ୍ୟମରେ ବାଘ ଗଣନା କରାଯାଉଛି ।

Leave A Reply

Your email address will not be published.