ପ୍ରଲିପ୍ତା ଛୋଟରାୟ
ସ୍ମୃତି କଣ?
ଦୁଇ ବୁନ୍ଦା ଲୁହ
ଚେନାଏ ହସ !
ସ୍ମୃତି ହୋଇପାରେ କି
ସମ୍ଭାବ୍ୟ ସମ୍ପର୍କ?
ପ୍ରତିଟି ମୁହୂର୍ତ୍ତର ?
କାଲିର କୁହୁଡିଆ ଅନ୍ଧାର
ଯେ ଆଜି ମୃଦୁ ମଳୟ,
କାଲିକୁ ପୁଣି ଏକ ନିଦାଘର
ସଜ୍ଜଳ ବନ୍ଦାପନା
ପ୍ରକୃତି କେଡ଼େ ଅସ୍ଥିର ସତେ!
ପରିବର୍ତ୍ତନ, କେବେକେବେ
ପ୍ରାକୃତିକ ବିପର୍ଯ୍ୟୟ ପରର
ଭୋକିଲା ଆଖି ଭଳି କରୁଣ;
କେବେ ସଜ ବିଧବାର
କଷଟି ପଥର ଶ୍ଵେତ ଲହୁ
ମଣ୍ଡିତ କଳେବର
ପୁଣି ଚରମ କରମ
ପରିଶ୍ରମ ପରବର୍ତ୍ତୀ
ଅସଫଳତାର କଟୁହାଷ୍ୟ
ଅବା, ପାର୍ବଣର ଅନୁପ୍ରିୟା
ପକ୍ଷେ, ଶାରଦୀୟ
ଶୁଭ ଶଙ୍ଖର ଅମୃତବୋଳା
ସଂସ୍କରଣ ପ୍ରାୟ।
ଅଜବ କୌତୁକ ଏ,
ଭାବ ପ୍ରାଙ୍ଗଣର,
ସମୟ ସିଡ଼ି !
ଧାବମାନ ଏ ଜଡ
ଜୀବନରେ କିଛି କ୍ଷଣମାତ୍ରର
ସ୍ଥିରତା ସାଉଣ୍ଟେ
ଘୋଟାଲା ଗୁଜବ ପ୍ରଚାର।
ମାନବୀୟ ଏ ମାୟା ମିଛ
ମୋହ ଅସ୍ଥିକୁ,
ସ୍ମୃତି ପାଉଁଶର ଚାଦର
ଢାଙ୍କିଦେଇ, ଅଦୃଷ୍ଟର
ମାୟାବିନି ପ୍ରକୃତି ବାଢ଼ିଦିଏ
ଅହେତୁକ ଅଟ୍ଟହାସ୍ୟ।