Latest Odisha News

BREAKING NEWS

୨୬ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ, ଜାଣନ୍ତୁ କେମିତି ପାଇବେ ରେଜଲ୍ଟ…

କଟକ: ଆସନ୍ତା ୨୬ରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳାଫଳ । ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବା ବେଳେ ୧୧ଟା ୩୦ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ www.bseodisha.ac.in ରେ ପାଇପାରିବେ । ତେବେ ଯଦି ଇଣ୍ଟରନେଟ୍‌ ସୁବିଧା ନଥାଏ ତାହାଲେ ଛାତ୍ରଛାତ୍ରୀମାନେ ଏସ୍‌ଏମ୍‌ଏସ୍‌ ଜରିଆରେ ମଧ୍ୟ ରେଜଲ୍ଟ ପାଇପାରିବେ । ଏସ୍ଏମ୍ଏସ୍ ଜରିଆରେ ରେଜଲ୍ଟ ପାଇବା ପାଇଁ ଟାଇପ୍ କରନ୍ତୁ or10- space- roll number- space, ଏହାପରେ ଏହାକୁ 5676750 ନମ୍ବରକୁ ଏସ୍ଏସମଏସମ  କରନ୍ତୁ । ଏହା ସହିତ ଅପରାହ୍ଣ ୪ଟା ସୁଦ୍ଧା ନିଜର ଡିଜିଟାଲ ସାର୍ଟିଫିକେଟ ମଧ୍ୟ ପାଇପାରିବେ ଛାତ୍ରଛାତ୍ରୀ । ସାର୍ଟିଫିକେଟ ପାଇବା ପାଇଁ www.bseodisha.ac.in କୁ ଯାଇ ଦିଆଯାଇଥିବା ଲାଇଭ୍ ଲିଙ୍କକୁ କ୍ଲିକ୍ କରନ୍ତୁ । ଏହାପରେ ନିଜର ପରୀକ୍ଷା ଓ ରୋଲ ନମ୍ବର ଟାଇପ୍ କରି ସାର୍ଟିଫିକେଟ ଡାଉନଲୋଡ କରିପାରିବେ । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି କଟକ ବୋର୍ଡ ସଭାପତି ।

ତେବେ ଚଳତିବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌, ୭୮୩୧ ଜଣ ମୁକ୍ତ ବିଦ୍ୟାଳୟ ଓ ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । ରାଜ୍ୟରେ ମୋଟ୍‌ ୩୦୪୭ଟି ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ସଂରକ୍ଷଣ ପାଇଁ ୩୧୩ ନୋଡାଲ କେନ୍ଦ୍ର ନିଯୁକ୍ତ ମଧ୍ୟ କରାଯାଇଥିଲା ।

ସୂଚନାଯୋଗ୍ୟ, ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ। ଏକାସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ମିଳିଛି। www.orissaresults.nic.in ରେ ଛାତ୍ରୀଛାତ୍ର ନିଜର ରେଜଲ୍ଟ ପାଇପାରିବେ।

ତେବେ ଚଳିତ  ବର୍ଷ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୧ଲକ୍ଷ ୮୬ ହଜାର ୮୮୯ ଜଣ ଛାତ୍ର ଥିବା ବେଳେ ୧ଲକ୍ଷ ୯୯ ହଜାର ୩୬୧ ଜଣ ଛାତ୍ରୀ ପରୀକ୍ଷା ଦେଇଛନ୍ତି ।  ଏଥିସହିତ ୨ ଲକ୍ଷ ୩୭ ହଜାର ୭୫୦ ଜଣ କଳାରେ, ୧ ଲକ୍ଷ ୧୬ ହଜାର ୬୨୦ ଜଣ ବିଜ୍ଞାନରେ ଏବଂ ୨୬ ହଜାର ୮୯ ଜଣ ବାଣିଜ୍ୟ ଓ ଧନ୍ଦାମୂଳକରେ ପରୀକ୍ଷା ଦେଇଛନ୍ତି ।

Leave A Reply

Your email address will not be published.