Latest Odisha News

BREAKING NEWS

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ଇ-ପତ୍ରିକା ଶିଶୁ କିଶୋର.କମ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ଇ-ପତ୍ରିକା ଶିଶୁ କିଶୋର.କମ ସ୍ଥାନୀୟ ଜୟଦେବ ଭବନର ଗୀତ ଗୋବିନ୍ଦ ସଦନରେ ଉନ୍ମୋଚିତ ହୋଇଯାଇଛି।

ଏକାଡେମୀର ସଭାପତି ପ୍ରଫେସର ଦାଶ ବେନହୁରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ଯ ଅତିଥି ଭାବରେ ଏବଂ ଉପସଭାପତି ପ୍ରାକ୍ତନ ରାଜସ୍ୱ ଆୟୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ୍ , ପ୍ରାକ୍ତନ ସ୍ୱତନ୍ତ୍ର ସାଶନ ସଚିବ କବି ଧନଞୟ ସ୍ୱାଇଁ, ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା, ପ୍ରାକ୍ତନ ବରିଷ୍ଠ ପ୍ରଶାସକ ଲିଙ୍ଗରାଜ ରଥ, ଏକାଡେମୀର ଅର୍ଥ ସମ୍ପାଦକ ରବୀନ୍ଦ୍ର ନାଥ ମାଝୀ, ଇ-ପତ୍ରିକା ସମ୍ପାଦକ ଗାଳ୍ପିକ ପରେଶ କୁମାର ପଟ୍ଟନାୟକ ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ।

ସାମ୍ପ୍ରତିକ ସମୟରେ ପିଲାମାନେ ମୋବାଇଲ ଓ ଇଣ୍ଟରନେଟ ଦେଖିବାକୁ ଆଗ୍ରହୀ। ମୋବାଇଲରୁ ଅଧିକ ଜ୍ଞାନ ଅର୍ଜନ କରିବାକୁ ଆଗ୍ରହୀ। ତେଣୁ ଛପା ପତ୍ରିକା ଅପେକ୍ଷା ଇ-ପତ୍ରିକା ପଢିବାକୁ ଇଛା ପ୍ରକାଶ କରୁଛନ୍ତି। ଏକାଡେମୀ ପକ୍ଷରୁ ଇ-ପତ୍ରିକା ପ୍ରକାଶନ ଏକ ଯୁଗାନ୍ତକାରୀ ପଦକ୍ଷେପ। ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସ୍ୱତନ୍ତ୍ର ସାଶନ ସଚିବ ବିଶିଷ୍ଟ କବି ମଧୁସୂଦନ ଦାଶ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ଇ-ପତ୍ରିକାର ଉପଯୋଗୀତା ଉପରେ ଆଲୋଚନା କରିଥିଲେ। ଇ-ପତ୍ରିକା ପ୍ରକାଶନ ଫଳରେ ଆମ ଓଡିଆ ସାହିତ୍ୟ ପ୍ରୁଥିବୀର କୋଣ ଅନୁକୋଣରେ ଓଡ଼ିଆ ପିଲା ପଢିପାରିବେ ବୋଲି ଅନ୍ୟାନ୍ୟ ବକ୍ତାମାନେ ମତ୍ତ ବ୍ୟକ୍ତ କରିଥିଲେ।

ଏକାଡେମୀର ସାଧାରଣ ସମ୍ପାଦକ ବୀରେନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅର୍ଥ ସମ୍ପାଦକ ରବୀନ୍ଦ୍ର ନାଥ ମାଝୀ ଧନ୍ଯବାଦ ଅର୍ପଣ କରିଥିଲେ।

Comments are closed.