Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କଲେ ୨୧୬ ଫୁଟ୍ ଉଚ୍ଚ “ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି”

ଭୁବନେଶ୍ୱର: ହାଇଦ୍ରାବାଦରେ ଶ୍ରୀରାମାନୁଜାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଉଦ୍‌ଘାଟିତ ହେଲା ୨୧୬ ଫୁଟ୍ ଉଚ୍ଚ “ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି” । ତେଲେଙ୍ଗାନା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସାବାଦଠାରେ ଏହି ବିଶାଳକାୟ ପ୍ରତିମୂର୍ତ୍ତୀକୁ ଅନାବରଣ କରିଥିଲେ ।

ଏହି ମୂର୍ତ୍ତୀକୁ ସୁନା, ରୂପା, ତମ୍ବା, ପିତ୍ତଳ ଓ ଦସ୍ତା ଭଳି ପାଂଚଟି ଧାତୁର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି । ବସିଥିବା ଅବସ୍ଥାରେ ଏହି ମୂର୍ତ୍ତୀକୁ ବିଶ୍ୱର ଅନ୍ୟତମ ଉଚ୍ଚ କଳାକୃତି ରୂପେ ବିବେଚିତ କରାଯାଇଛି । ଭଦ୍ର ବେଦୀ ନାମକ ଏକ ୫୪ ଫୁଟ୍ ଉଚ୍ଚ ଅଟ୍ଟାଳିକା ଉପରେ ଏହି ମୂର୍ତ୍ତୀକୁ ସ୍ଥାନିତ କରାଯାଇଛି ।

ଖୁବଶୀଘ୍ର ଏହି ବିଶାଳକାୟ ପ୍ରତିମୂର୍ତ୍ତୀକୁ ଦେଖିବା ଲାଗି ସର୍ବସାଧାରଣଙ୍କୁ ଅନୁମତି ମିଳିବ ବୋଲି ସୂଚନା ରହିଛି । ମୂର୍ତ୍ତୀ ଚାରିପଟେ ବିଭିନ୍ନ ସାଜସଜ୍ଜା କରାଯାଇଥିଲାବେଳେ ରାତିରେ ମଧ୍ୟ ଲାଇଟ୍ ସୋ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।

Comments are closed, but trackbacks and pingbacks are open.