ଭୁବନେଶ୍ୱର: ନିୟମିତ ବିଟ ଜୁସ ପିଲେ ରକ୍ତହୀନତା ପରି ସାଂଘାତିକ ରୋଗରୁ ଉପଶମ ମିଳିଥାଏ ।
କିନ୍ତୁ ଏହାକୁ ସଠିକ ସମୟରେ ସେବନ ନକଲେ ଏହା ଭଲ ବଦଳରେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।
ମୁଖ୍ୟତଃ ଓ୍ଵାର୍କଆଉଟ୍ ପରେ ବିଟ୍ ଜୁସ ପିଇଲେ ଆପଣଙ୍କ ସ୍ଵାସ୍ଥ୍ୟକୁ ଖୁବ୍ ଲାଭ ମିଳିବ।
ବିଟ୍ ଜୁସକୁ ସୁପର ଜୁସ୍ କୁହାଯାଏ କାରଣ ରକ୍ତଚାପ ନିୟନ୍ତ୍ରିତ କରିଥାଏ ଏବଂ ରକ୍ତର ପ୍ରବାହ ବଢାଇଥାଏ। ବିଟଜୁସରେ ଆଇରନ୍, ମାଗ୍ନେସିୟମ, ଫୋଲେଟ ଏବଂ ଅଣ୍ଟିଅକ୍ସିଡେଣ୍ଟ ରହିଥାଏ।
ଇଂଲଣ୍ଡର ଏକ ବିଶ୍ଵବିଦ୍ୟାଳୟ ଦ୍ଵାରା ହୋଇଥିବା ରିସର୍ଚ ଅନୁସାରେ ବିଟ୍ ଜୁସ୍ ସେବନ କଲେ ଅନ୍ୟ ଖାଦ୍ୟ ତୁଳନାରେ ଏହା ମାଂସପେଶୀକୁ ଜଲଦି ସୁଦୃଢ କରେ।
ରିସର୍ଚରୁ ଜଣାପଡିଥିଲା କି ବିଟଜୁସରୁ ନାଇଟ୍ରିକ ଅକ୍ସାଇଡର ମାତ୍ରା ଅଧିକ ଅଟେ ଯାହାକି ଜଲଦି ମାଂସପେଶୀକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ।
ବିଶେଷଜ୍ଞ ମାନଙ୍କ ମତରେ ଓ୍ଵାର୍କଆଉଟ୍ ପରେ ବିଟ୍ ଜୁସ୍ ସେବନ କରାଯିବା ଉଚିତ।
ମାରାଥନ ପୂର୍ବରୁ ଏହି ଜୁସ ସେବନ କଲେ ଆପଣମାନଙ୍କୁ ଜୋରରେ ଚାଲିବାକୁ ସାମର୍ଥ୍ୟ ମିଳେ ବୋଲି ଏହି ରିସର୍ଚ୍ଚରୁ ଜଣା ପଡ଼ିଛି ।