Latest Odisha News

BREAKING NEWS

ପାହାଡ଼ ଧସି ୧୨ ମୃତ, ଏବେବି ୪ ଜଣ ନିଖୋଜ

ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ବାରିଘର ଗାଁରେ ପାହାଡ଼ ଧସିଯିବା କାରଣରୁ ୧୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ଏହି ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବା ସୂଚନା ମିଳିଛି ।

ଏବେ ମଧ୍ୟ ଏହି ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ନିଖୋଜ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ଭୟଙ୍କର ତିତଲି ବାତ୍ୟା ପ୍ରକୋପରୁ ରକ୍ଷା ପାଇବା ଲାଗି ଏହି ବ୍ୟକ୍ତିମାନେ ପାହାଡ଼ ଗୁମ୍ଫା ମଧ୍ୟରେ ଯାଇ ଆଶ୍ରୟ ନେଇଥିଲେ । ତେବେ ପ୍ରବଳ ବୃଷ୍ଟିପାତ ଯୋଗୁଁ ପାହାଡ଼ରୁ ମାଟି ଅତଡ଼ା ଖସିବା ଫଳରେ ୧୨ ଜଣଙ୍କ ମର୍ମନ୍ତୁଦ ପ୍ରାଣହାନୀ ଘଟିଥିବାର ସୂଚନା ମିଳିଛି ।

Leave A Reply

Your email address will not be published.