Latest Odisha News

BREAKING NEWS

ଭୁବନେଶ୍ୱରରେ ବଢୁଛି କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ସଂକ୍ରମଣ ବଢୁଛି । ତାସହ ଭୁବନେଶ୍ୱରରେ ବଢଚି କଟକଣା । ଏକାଧିକ ସଂକ୍ରମିତ ଚିହ୍ନଟ ପରେ କରୋନା ଚେନରେ ବ୍ରେକ୍ ଲଗାଇବାକୁ ଗୋଟିଏ ପରେ ଗୋଟିଏ ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରୁଛି ବିଏମସି । ରାଜଧାନୀର ଆଉ ୧୨ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଦକ୍ଷିଣ-ପୂର୍ବ ଜୋନ୍‌ର ୬ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ସେହିପରି ପୁରୁଣା ଭୁବନେଶ୍ୱର ପ୍ଲଟ୍ ନମ୍ବର ୧୬୬, ଝାରପଡା ଖୁସି ଆପାର୍ଟମେଣ୍ଟ, ଭୀମଟାଙ୍ଗୀ ଏଚ୍‌ବି କଲୋନୀ ପ୍ଲଟ ନମ୍ବ ୧୦୭, ୟୁନିଟ୍‌-୨ ଅଶୋକନଗର ଆଇଭିଏ ୨୧, ସୁନ୍ଦରପଦା ଆଜାଦ ନଗର ପ୍ଲଟ ନମ୍ବର ୨୫୩୭ ଓ ସହିଦନଗର ପ୍ଲଟ ନମ୍ବର ୫୩୧କୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇଛି ।

ସେହିପରି ଦକ୍ଷିଣ-ପଶ୍ଚିମ ଜୋନର କଳିଙ୍ଗ ବିହାର ଏଚ୍‌ଆଇଜି-୪, ଗଣ୍ଡମୁଣ୍ଡା ଗଣେଶ ନଗର ପ୍ଲଟ ନମ୍ବର-୬୩ ଓ ଉତ୍ତରର ଜୋନ୍‌ର ଜିଜିପି କଲୋନୀର ଶବର ଶାହି, ମଣିତ୍ରିଭୁବନ ଆପାର୍ଟମେଣ୍ଟକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହିସବୁ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ।

Leave A Reply

Your email address will not be published.