Latest Odisha News

BREAKING NEWS

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ପାଳିବେନି ଜନ୍ମଦିନ

ଭୁବନେଶ୍ୱର: ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ହେଉଛି ଜନ୍ମଦିବସ । ରାଜ୍ୟ ଭୟଙ୍କର ତିତଲି ବାତ୍ୟା ଓ ବନ୍ୟାରେ ପ୍ରଭାବିତ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ତାଙ୍କର ଜନ୍ମଦିନ ପାଳନ ନକରିବାକୁ ସୋମବାର ଦିନ ସୂଚନା ଦେଇଛନ୍ତି ।

ରାଜ୍ୟବାସୀଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ମଧ୍ୟ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ନବୀନ ।

ସେ ମଧ୍ୟ ବିଜୁ ଜନତା ଦଳର ସମସ୍ତ କର୍ମୀ ତଥା ନେତାମାନଙ୍କୁ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ଅନୁରୋଧ କରିଛନ୍ତି ।

କ୍ରମାଗତ ଭାବେ ଦୀର୍ଘ ୧୮ ବର୍ଷଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶାସନଭାର ତୁଲାଇ ଆସୁଥିବା ନବୀନ ପଟ୍ଟନାୟକ ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକ ସହରରେ ଜନ୍ମଗ୍ରହଣ କରିଥିଲେ ।

ନବୀନ ମଧ୍ୟ ୨୦୧୩ ଓ ୨୦୧୪ ମସିହାରେ ଓଡ଼ିଶାରେ ଅନୁଭୁତ ହୋଇଥିବା ଫାଇଲିନ ଓ ହୁଡ଼ହୁଡ଼ ବାତ୍ୟା ଯୋଗୁଁ ନିଜର ଜନ୍ମଦିନ ପାଳନ କରିନଥିଲେ ।

ସୂଚନାଯୋଗ୍ୟ ଏହି ବର୍ଷ ଅକ୍ଟୋବର ମାସରେ ଓଡ଼ିଶାରେ ଭୟଙ୍କର ତିତଲି ବାତ୍ୟା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ କ୍ଷତିଗ୍ରସ୍ତ କରିଥିଲା । ବାତ୍ୟା ସମୟରେ ପ୍ରବଳ ବର୍ଷା ଏହି ତିନୋଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରି କ୍ଷୟକ୍ଷତି ହୋଇଥିଲା ।

ଏହି ପ୍ରାକୃତିକ ଦୁର୍ବିପାକରେ ଅନେକ ବାସଗୃହ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଥିଲା । ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ୧୮ ଜଣଙ୍କ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିଲା ।

Leave A Reply

Your email address will not be published.