Latest Odisha News

BREAKING NEWS

ତିତଲି ବାତ୍ୟା: ମୃତ୍ୟୁ ସଂଖ୍ୟା ୨୬, ୩ ଦିନ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ- ଏସଆରସି

ଭୁବନେଶ୍ୱର : ଅକ୍ଟୋବର ୧୧ ତାରିଖରେ ହୋଇଥିବା ବାତ୍ୟା ‘ତିତଲି’ର ପ୍ରଭାବରେ ପାଖାପାଖି ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ମଙ୍ଗଳବାର ଦିନ ରାଜ୍ୟ ସରକାର ପ୍ରକାଶ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ ବାତ୍ୟା ତିତଲି ପ୍ରଭାବରେ ପାଖାପାଖି ୨୬ ଜଣଙ୍କର ମୃତ୍ୟୁ ଘଟିଥିôବା ବେଳେ ଗଜପତି ଜିଲ୍ଲାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ମଧ୍ୟ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୩ ଥିବା ବେଳେ ଅନୁଗୁଳ, କଟକ, କେନ୍ଦୁଝର, ନୟାଗଡ ଓ କନ୍ଧମାଳ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ବୋଲି ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ତିତଲି ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ଦକ୍ଷିଣ ଓଡିଶାର ୩ଟି ଜିଲ୍ଲାରେ ମୃତକଙ୍କ ପରିବାରକୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହିତ ଏସଆରସି ଜିଲ୍ଲାପାଳଙ୍କୁ ଏକ ପତ୍ର ଲେଖି ମୃତକଙ୍କ ପରିବାରକୁ ୩ ଦିନ ଭିତରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ସୂଚନା ଦେଇଥିବା ବେଳେ ମୃତକଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଆରଆଇ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୃତକଙ୍କ ପରିବାରବର୍ଗଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବା ନେଇ ଜଣାପଡିଛି ।

ତେବେ ପୂର୍ବରୁ ୭ଦିନ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ରହିଥିଲା ।

Leave A Reply

Your email address will not be published.