Latest Odisha News

BREAKING NEWS

ଆଜି ଦିନଟି କଳାହାଣ୍ଡି ବିକାଶ ଯାତ୍ରାର ଏକ ବଡ଼ ମାଇଲଖୁଣ୍ଟ : ମୁଖ୍ୟମନ୍ତ୍ରୀ

ଭବାନୀପାଟଣା : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇଛି । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ନବୀନ । ଜିଲ୍ଲାରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  । ଏବଂ ନିଜେ ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ଯାଇଛନ୍ତି  ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଲକ୍ଷ୍ମୀ ବସ୍ ସେବା ଘରେ ଘରେ ଖୁସି ଆଣିବ । ବିକାଶର ଗାଡିକୁ ଆହୁରି ଜୋରରେ ନେବ  । ୬୩ଟି ବସ୍‌ ଚାଲିବ , ଯାହା ଜିଲ୍ଲାର ସବୁ ପଞ୍ଚାୟତକୁ ଯୋଡିବ । ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ଟି ବସ୍‌ ଚାଲିବ  ।

ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ  । ସେହିପରି ମୁଖ୍ୟମନ୍ତ୍ରୀ ଆଜି ଶହୀଦ୍‌ ରେଣ୍ଡୋ ମାଝୀ ମେଡିକାଲ କଲେଜ ମଧ୍ୟ ଉଦଘାଟନ କରିଛନ୍ତି । କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ‘ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭାବେ ନାମିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଦିନଟି କଳାହାଣ୍ଡି ବିକାଶ ଯାତ୍ରାରେ ଏକ ବଡ଼ ମାଇଲ ଖୁଣ୍ଟ ବୋଲି କହିଛନ୍ତି  ମୁଖ୍ୟମନ୍ତ୍ରୀ  । ଆଜି ଏଠାରେ ୩୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ହୋଇଛି  । ଆଉ ୯୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖାଯାଇଛି  ।  ଏହା ଜିଲ୍ଲାର ବିକାଶ ଗତିକୁ ଆହୁରି ଜୋରଦାର କରିବ  ।

Leave A Reply

Your email address will not be published.