Latest Odisha News

ସୁଶାନ୍ତ ସିଂହଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଅଙ୍କିତା, ଖୋଲିଲେ ବ୍ରେକଅପର ରାଜ

ମୁମ୍ବାଇ: ୭ ବର୍ଷର ସମ୍ପର୍କ  । ଖୁବ ସୁନ୍ଦର ଥିଲା । ବୁଝାମଣା ବି ଭଲ ଥିଲା । କ’ଣ ହେଲା କେଜାଣି ତାଙ୍କ ଆଖିରେ ଆଉ ସେ ଭଲ ପାଇବା ଦେଖିବାକୁ ପାଇଲିନି । ଆଉ ତା ପରେ ବ୍ରେକ ଅପ । ଏବେ ବି ଜାଣେନି ସୁଶାନ୍ତ ମୋ ଠାରୁ କାହିଁକି ଦୂରେଇ ଗଲେ । ମରିଗଲେ, ହେଲେ ଦୂରେଇବାର କାରଣ ଥରେ ବି କହିଲେନି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଏତେ ବର୍ଷ ପରେ ନିଜ ମନର ଦୁଃଖ ଆଉ ଅବସାଦକୁ ଖୋଲି କହିଛନ୍ତି  ଅଙ୍କିତା ଲୋଖାଣ୍ଡି  ।

ପବିତ୍ର ରିସ୍ତା ସରିୟଲରୁ ଆରମ୍ଭ ହୋଇଥିଲା ଉଭୟଙ୍କର ସମ୍ପର୍କ । ପ୍ରଥମେ ବନ୍ଧୁତା ଆଉ ତା ପରେ ପ୍ରେମ । ସେଇ ସୁଟିଂ ସେଟରେ ନିଜ ମନ କଥା ଉଭୟେ ଖୋଲି କହିଥିଲେ । ତା ପରେ ୭ ବର୍ଷ ଏକାଠି ରହିଲେ । ହେଲେ ହଠାତ ଦିନେ ରାତିରେ ଅଙ୍କିତାଙ୍କୁ ଏକା ଛାଡି ଗାଏବ ହୋଇଗଲେ । ଯେହେତୁ ସଫଳତା ଅଜାଡି ହୋଇ ପଡୁଥିଲା ତେଣୁ ଲୋକେ ତାଙ୍କ କାନ ଭରିବାକୁ ଲାଗିଲେ ବୋଲି ଛଳଛଳ ଆଖିରେ କହିଛନ୍ତି ଅଙ୍କିତା ।

ହେଲେ କାହିଁକି ଅଙ୍କିତାଙ୍କ ସହ ବ୍ରେକ ଅପ କଲେ ଏବଂ କାହିଁକି ତାଙ୍କୁ ଛାଡି ଚାଲିଗଲେ ନା ସେ ଅଙ୍କିତାଙ୍କୁ କହିଥିଲେ ନା ଅନ୍ୟ କାହାକୁ । ସେ ଚାହିଁଥିଲେ ତାଙ୍କୁ କହିପାରିଥାନ୍ତେ, ସମାଧାନ ହୋଇ ପାରିଥାନ୍ତା । କିନ୍ତୁ କିଛି କହିଲେନି  । ଭରାଗଳାରେ ବିଗବସ୍ ସିଜନ ୧୭ରେ ପ୍ରତିଯୋଗୀ ମୁନବ୍ବର ଫାରୁକୀଙ୍କୁ ଏକଥା କହିଛନ୍ତି ଅଙ୍କିତା ।

ବ୍ରେକ-ଅପ ପରେ ଅଙ୍କିତାଙ୍କଠାରୁ ଦୂରେଇଗଲେ । ଏହାପରେ ଆଉ କେବେ ବି  ସୁଶାନ୍ତଙ୍କ ସହ ତାଙ୍କର ଦେଖା ହୋଇ ନ ଥିଲା ବୋଲି କହିଛନ୍ତି ଅଙ୍କିତା । ହେଲେ ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ନିଜକୁ ରୋକି ପାରି ନ ଥିଲେ  । ଧାଇଁ ଆସିଥିଲେ ସୁଶାନ୍ତଙ୍କୁ ଶେଷ ଥର ଦେଖିବା ପାଇଁ । ଭୋ ଭୋ କାନ୍ଦୁଥିଲେ । ଅଙ୍କିତାଙ୍କର ଏହି ସମୟର ଭିଡିଓ ସେତେବେଳେ ଖୁବ ଭାଇରାଲ ହୋଇଥିଲା । ଭିଡିଓ ଦେଖି ଦର୍ଶକଙ୍କ ଆଖି ବି ଓଦା ହୋଇଯାଇଥିଲା ।

ସୁଶାନ୍ତ-ଅଙ୍କିତାଙ୍କ ଯୋଡିକୁ ଖୁବ ପସନ୍ଦ କରୁଥିଲେ ତାଙ୍କ ଫ୍ୟାନ୍ସ ଫଲୋଅର୍ସ । ଉଭୟଙ୍କ ବ୍ରେକ ଅପ ସେମାନଙ୍କୁ ବି ବାଧିଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ସମସ୍ତେ କହୁଥିଲେ, ଅଙ୍କିତାଙ୍କ ସହ ଥିଲେ ସୁଶାନ୍ତଙ୍କ ଜୀବନରେ ହୁଏତ ଏହି ଦିନ ଆସି ନ ଥାନ୍ତା । ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ

Leave A Reply

Your email address will not be published.