Latest Odisha News

ବଲାଙ୍ଗିରରେ ଅସୁସ୍ଥ ବାଳକର ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର: ଚିକିତ୍ସା ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ବାଳକକୁ ମେଡିକାଲ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଉକ୍ତ ୧୨ ବର୍ଷର ବାଳକ ଜଣକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ମେଡିକାଲ ସହାୟତା ପାଇଁ ଗୁହାରି କରିଥିଲେ। ତାଙ୍କ ସହ ଆଲୋଚନା ପରେ ତୁରନ୍ତ ହସ୍ପିଟାଲ ପଠାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ତାଙ୍କର ସ୍ଵାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ଗୁରୁତର ରୋଗରେ ପୀଡିତ ଏବଂ ଚାଲିବାରେ ସକ୍ଷମ ନଥିବା ଆଲୋକ କାଲସିଂଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୂଚନା ପାଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ଏଥିସହିତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ତୁରନ୍ତ ପଦକ୍ଷେପ ପରେ ଆଲୋକଙ୍କୁ ଏକ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଆବଶ୍ୟକୀୟ ଚିକିତ୍ସା ପାଇଁ ସେଠାରେ ଭର୍ତ୍ତି କରାଯାଇଥିଲା।

Comments are closed.