Latest Odisha News

ଜୟପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ସ୍ବପ୍ନ ଟିଏ- ଏ ଡ୍ରିମ’

ଭୁବନେଶ୍ୱର: ଜୟପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ ସ୍ବପ୍ନ ଟିଏ- ଏ ଡ୍ରିମ’ ।

ମିଲନ ଦାସଙ୍କ ଦ୍ୱାରା ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଦିବ୍ୟାଙ୍ଗ ପିଲାମାନଙ୍କ ଉପରେ ଆଧାରିତ । ଏହି ଚଳଚ୍ଚିତ୍ର ମାଧ୍ୟମରେ ସେମାନଙ୍କ ଚିନ୍ତାଧାରା,ଆକାଂକ୍ଷା ଓ ସେମାନଙ୍କ ପ୍ରତି ସମାଜର ବ୍ୟବହାରକୁ ଦର୍ଶାଯାଇଛି ।

ଶିଶୁ କଳାକାର ମାଗୁଣି ପାତ୍ର ଜଣେ ଦିବ୍ୟାଙ୍ଗ ଶିଶୁ ଭାବେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଏହାର ସଙ୍ଗୀତ ରଚନା କରିଛନ୍ତି ଭାବାତୋଷ ମହାନ୍ତି ଓ ପ୍ରେମ ଆନନ୍ଦ ।

ମଣୀମାଳା ଏହାର କାହାଣୀ ଲେଖିଥିବା ବେଳେ ବବି ଇସଲାମ ଏହାର କୋରିଓଗ୍ରାଫର ଦାୟିତ୍ୱ ସମ୍ଭାଳିଛନ୍ତି ।

‘ସ୍ବପ୍ନ ଟିଏ- ଦ ଡ୍ରିମ’ କୁ ଛାଡି ଆଉ ୩ଟି ଓଡ଼ିଆ ଚଳଚ୍ଚିତ୍ର ଜୟପୁର ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବାକୁ ଚୟନ କରାଯାଇଛି ।

ସେଗୁଡିକ ହେଉଛି ଓଡ଼ିଆ ପୁଅ ସ୍ୱତ୍ତିକ ମହାନ୍ତିଙ୍କ ହିନ୍ଦୀ ଫିଚର ଫିଲ୍ମ ‘ରାଞ୍ଚି ଡାଇରିଜ’
ସାଉଣ୍ଡ ଇଞ୍ଜିନିୟର ସୁବାଷ ସାହୁଙ୍କ ‘ଦ ସାଉଣ୍ଡ ମ୍ୟାନ୍ ମଙ୍ଗେସ ଦେଶାଇ’ ଓ ସୁଶାନ୍ତ ପଣ୍ଡା ନିର୍ଦ୍ଦେଶିତ ‘ଡବ୍ଲ୍ୟୁ’।

Leave A Reply

Your email address will not be published.