Latest Odisha News

BREAKING NEWS

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୂଜାର୍ଚ୍ଚନା ଆରମ୍ଭ ,୨୪ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆସନ୍ତା ୨୪ ତାରିଖର ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତି ପ୍ରସ୍ତର ସ୍ଥାପନା ପୂର୍ବରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଏନେଇ ଯଜ୍ଞ ମଣ୍ଡପ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ବେଳେ ଆସନ୍ତା କାଲି ଠାରୁ ୩ ଦିନ ଧରି ଯଜ୍ଞ ହେବ ।୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ।ଏନେଇ ପ୍ରସ୍ତୁତି ଜୋର ସୋରରେ ଚାଲିଛି ।

ଏହି ଯଜ୍ଞ ପୂଜାର୍ଚ୍ଚନା ପାଇଁ ଗଜପତି ଦିବ୍ୟସିଂହଦେବଙ୍କ ଦ୍ୱାରା ଆଜି ଶ୍ରୀନହର ଗୁଆ ଟେକା ନୀତି ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ରାଜଗୁରୁ,ଶ୍ରୋତ୍ରୀୟ ,ବ୍ରାହ୍ମଣ, ଜିଲ୍ଲାପାଳ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଜି ଅଧିବାସ ହେବା ପରେ ଯଜ୍ଞସ୍ଥଳରେ ଅଙ୍କୁରାରୋପଣ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ  ଶିଳାନ୍ୟାସ କରିବେ ।

Leave A Reply

Your email address will not be published.