Latest Odisha News

BREAKING NEWS

ପୁଲୱାମା ସହିଦଙ୍କ ସମ୍ମାନାର୍ଥେ ମୁଖ୍ୟମନ୍ତ୍ରୀ ଏଥର ଖେଳିବେନି ହୋଲି

ଆକ୍ରମଣରେ ସହିଦଙ୍କ ସମ୍ମାନାର୍ଥେ ଏଥର ହୋଲି ଉତ୍ସବ ପାଳନ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛନ୍ତି ।

ଇତ୍ୟବସରରେ ତାଙ୍କୁ ଶୁଭେଚ୍ଛା ନଜଣାଇବାକୁ ଏଥର ଶୁଭେଚ୍ଛୁ ମାନେ ନବୀନ ନିବାସ ନଆସିବାକୁ ସେ ଅନୁରୋଧ କରିଛନ୍ତି ।

ନବୀନଙ୍କ ସମେତ ରାଜନାଥ ସିଂହ, ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ ଏବଂ ଭି କେ ସିଂହଙ୍କ ପରି ଜାତୀୟ ନେତାମାନେ ମଧ୍ୟ ପୁଲୱାମା ସହିଦଙ୍କ ସ୍ମୃତିରେ ଏଥରର ହୋଲି ଉତ୍ସବ ପାଳନ ନକରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.