Latest Odisha News

BREAKING NEWS

ବିବାଦୀୟ କମେଂଟ୍ରି ନେଇ କ୍ଷମା ମାଗିଲେ ଦୀନେଶ

ନୂଆଦିଲ୍ଲୀ: ଭାରତୀୟ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ଦୀନେଶ କାର୍ତିକ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ କମେଂଟ୍ରି ଦେଇଥିଲେ । ଏଥିରେ ସେ ବ୍ୟାଟ ପଡୋଶୀ ଘରର ପତ୍ନୀ ବୋଲି କହି ବିବାଦୀୟ ହୋଇ ପଡିଥିଲେ । ଏବେ ଏଥିନେଇ ସେ କ୍ଷମା ମାଗିଛନ୍ତି । ଏହି ବୟାନ ନେଇ ମୋ ମାଆ ଏବଂ ପତ୍ନୀଙ୍କଠାରୁ ଗାଳି ଶୁଣିବାକୁ ପଡିଲା ବୋଲି ସେ କହିଛନ୍ତି । ସେ ମଜାକିଆ ଢ଼ଙ୍ଗରେ କହିଥିଲେ ବ୍ୟାଟ୍ସମ୍ୟାନଙ୍କୁ ସର୍ବଦା ଅନ୍ୟ ଜଣଙ୍କ ବ୍ୟାଟ ପସନ୍ଦ ଆସିଥାଏ । ଯେପରି ପଡିଶା ଘରର ପତ୍ନୀ । ଏଥିରେ କୌଣସି ମନ୍ଦ ଉଦ୍ଦେଶ୍ୟ ନ ଥିଲା । ତେବେ ଏହା କହି ମୁଁ ଭୁଲ କରିଛି ବୋଲି ଦିନେଶ କହିଛନ୍ତି ।

ସୂଚନାଯୋଗ୍ୟ, ଦୀନେଶଙ୍କ ପ୍ରଥମ ପତ୍ନୀ ନିକିତାଙ୍କ ସହ ମୁରଲୀ ବିଜୟଙ୍କ ପ୍ରେମ ସମ୍ପର୍କ ରହିଥିଲା । ଉଭୟ ଛାଡପତ୍ର ଦେବା ପରେ ବିଜୟ ଏବଂ ନିକିତା ବିବାହ କରିଥିଲେ । ଦିନେଶ ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲଙ୍କୁ ବିବାହ କରିଥିଲେ । ଦୀନେଶଙ୍କ ବୟାନ ପରେ ନିକିତା ଟ୍ରୋଲ ହୋଇଥିଲେ ।

Leave A Reply

Your email address will not be published.