Latest Odisha News

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ବାବୁ ଗିରଫ

ପୁରୀ: ପୁରୀ ଜିଲ୍ଲା ନିମାପଡା ଥାନାରେ କାର୍ଯ୍ୟରତ କନଷ୍ଟେବଳ ଗଙ୍ଗାଧର ରାଉତ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗୁରୁବାର ଦିନ ସତ୍ୟବାଦୀ ପୋଲିସ ତାଙ୍କୁ ଗିରଫ କରିଛି।

ଏକ ମାମଲାରେ ଶ୍ରୀ ରାଉତ ତାଙ୍କୁ ସହାୟତା କରିବାକୁ ଯାଇ ତାଙ୍କ ସହ ଗତବର୍ଷ ଦୁଷ୍କର୍ମ କରିଥିବା ନେଇ ପିଡିତା ଜଣକ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

ଘଟଣାର ତଦନ୍ତ ପରେ ପୁରୀ ଏସପି ଉମା ଶଙ୍କର ଦାସଙ୍କ ନିର୍ଦ୍ଦେଶରେ ଶ୍ରୀ ରାଉତଙ୍କୁ ଗିରଫ କରାଯାଇଛି ।

ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରାଯିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Comments are closed.