Latest Odisha News

BREAKING NEWS

ବିଜେପୁରରେ ହାଇଭୋଲଟେଜ୍ ପ୍ରଚାର, ଆଜି ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’

ବରଗଡ: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ପ୍ରଚାର କରିବା ପାଇଁ ମଇଦାନକୁ ଓହ୍ଲାଇବେ ।

ଏପରିକି ବିଜେପୁରରେ ଗଡ ଜିତିବା ପାଇଁ ୩ ପ୍ରମୁଖ ଦଳର ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭିନ୍ନଭିନ୍ନ ଢଙ୍ଗରେ ପ୍ରଚାର ଚଳାଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନମଣ୍ଡଳୀରେ ପହଞ୍ଚିବେ । ପରବର୍ତ୍ତୀ ସମୟରେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ।

ସେଠାରେ ୨ ଦିନ ଧରି ରୋଡ ଶୋ’ କରିବା ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.