Latest Odisha News

BREAKING NEWS

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ପୋଲିସ ଏଏସଆଇ !

ଖୋର୍ଦ୍ଧା: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଜଣେ ଆସିଷ୍ଟାଣ୍ଟ୍ ପୋଲିସ ସବ୍ ଇନିସପେକ୍ଟର୍ ।

ମିଳିଥିବା ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଧଳା ପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା। ସେ ଆଶିଷ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଜାଗା ମାମଲା କେଶର ଦଫା କୋହଳ କରିବା ପାଇଁ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗ ଖବର ପାଇ ଧରିଛନ୍ତି ।

ଅଧିକ ପଢନ୍ତୁ: ଭୁବନେଶ୍ୱର ପିଏନ୍‌ବି ଠକେଇ ମାମଲା, ୮ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରି ଘଟଣାର ତଦନ୍ତ କରୁଛନ୍ତି। ତାଙ୍କ ପୈତୃକ ବାସଭବନ ବାଣପୁର ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି।

Comments are closed.